Latest Odisha News

BREAKING NEWS

କଟକରେ ଏନକାଉଣ୍ଟର ପରେ ଧରା ପଡ଼ିଲା ଦୁର୍ଦ୍ଦାନ୍ତ ଅପରାଧୀ ରାକା

କଟକ : କଟକରେ ଦୁର୍ଦ୍ଧାନ୍ତ ଅପରାଧିକୁ କମିଶନରେଟ  ପୋଲିସର ଏନକାଊଣ୍ଟର୍। ଏନକାଉଣ୍ଟରରେ ଜଗତସିଂହପୁର ବାଲିକୁଦାର ଦୁର୍ଦ୍ଦାନ୍ତ ଅପରାଧୀ ରାକା ଓରଫ ରାକେଶ ଦାସ ଆହତ ହୋଇଛି।  ଆହତ ରାକାକୁ ଏସସିବିରେ ଭର୍ତି କରାଯାଇଛି । ସେପ୍ଟେମ୍ବର ୯ ରେ କନ୍ଦରପୁରରେ ଘଟିଥିଲା ଗୁଳିକାଣ୍ଡ ଘଟଣା। ସେହି ଘଟଣାର ଅଭିଯୁକ୍ତ ଥିଲା ରାକେଶ ଦାସ।

ଏନକାଉଣ୍ଟରରେ କନ୍ଦରପୁର ଥାନାର ଦୁଇ ଅଫିସର ମଧ୍ୟ ଆହତ ହୋଇଛନ୍ତି। ଆଇଆଇସିଙ୍କ ସମେତ ଅନ୍ୟ ଜଣେ ଅଫିସର ମଧ୍ୟ ଆହତ ହୋଇଛନ୍ତି।ରାକେଶ ଠାରୁ ଗୋଟିଏ ପିସ୍ତଲ ସହ ୩ ରାଉଣ୍ଡ ଗୁଳି ଜବତ ହୋଇଛି। ଭୋର ସାଢ଼େ ୬ଟା ସମୟରେ ପରମହଂସ ଅଥଙ୍ଗା ରାସ୍ତାରେ ଏକ ଆପାଚି ମୋଟର ସାଇକେଲରେ ଯାଉଥିଲା ବେଳେ ଖବର ପାଇ ତାକୁ କାବୁ କରିବାକୁ ଉଦ୍ୟମ କରିଥିଲେ କନ୍ଦରପୁର ଥାନା ଆଇଆଇସି।

ପୋଲିସକୁ ଦେଖି ଭୟଭୀତ ହୋଇ ପୋଲିସ ଟିମ୍ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇଥିଲା ରାକେଶ। ପାଲଟା ଜବାବରେ ପୋଲିସ ଏନକାଉଣ୍ଟର୍ କରିଥିଲା। ରାକେଶର ଡାହାଣ ଜଙ୍ଘରେ ଦୁଇ ରାଉଣ୍ଡ ଗୁଳି ବାଜିଛି। ରାକେଶ ନାଁରେ କଟକ ଓ ଜଗତସିଂହପୁରର ବିଭିନ୍ନ ଥାନାରେ ୧୦ ରୁ ଉର୍ଦ୍ଧ୍ବ ମାମଲା ଥିବା ଜଣାପଡିଛି।

Leave A Reply

Your email address will not be published.