Latest Odisha News

BREAKING NEWS

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଡେଙ୍ଗୁ ଆକ୍ରାନ୍ତ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇଛନ୍ତି। କିନ୍ତୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଧୀରେ ଧୀରେ ସୁଧୁରୁଛି ବୋଲି ଏଆଇଏମ୍ଏସ୍ ଅଧିକାରୀ ଶନିବାର କହିଛନ୍ତି।

ଅଧିକାରୀ କହିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ “ପ୍ଲେଟଲେଟ୍ ବୃଦ୍ଧି ପାଉଛି ଏବଂ ବର୍ତ୍ତମାନ ବିପଦ ବାହାରେ ଅଛନ୍ତି”। ମନମୋହନ ସିଂଙ୍କୁ ଜ୍ୱର ଏବଂ ଦୁର୍ବଳତା ଅନୁଭବ କରିବା ପରେ ବୁଧବାର ସନ୍ଧ୍ୟାରେ ଏମ୍‌ସରେ ଭର୍ତ୍ତି କରାଯାଇଥିଲା।

ହୃଦ୍‌ରୋଗ ବିଶେଷଜ୍ଞ ନୀତୀଶ ନାୟକଙ୍କ ନିର୍ଦ୍ଦେଶରେ ଏକ ଡାକ୍ତରୀ ଟିମ୍ ତାଙ୍କ ନିରୀକ୍ଷଣ କରୁଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭ୍ୟ ମଧ୍ୟ ତାଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝିଥିଲେ।

Leave A Reply

Your email address will not be published.