ଭୁବନେଶ୍ୱର : ନିଜର ୟୁଟ୍ୟୁବ୍ ଚ୍ୟାନେଲ ଆରମ୍ଭ କରିବାକୁ ଯାଉଛନ୍ତି ଲୋକପ୍ରିୟ ଅଭିନେତ୍ରୀ ମହାଶ୍ୱେତା ରାୟ । ଏହାର ନାମ ମହାଶ୍ୱେତା ରାୟ ଅଫିସିଆଲସ୍ ରଖାଯାଇଛି । ତେବେ ଏହି ଚ୍ୟାନେଲ ପାଇଁ ସେ ଏକ ନୂଆ ମ୍ୟୁଜିକ ଭିଡିଓ ‘ପୁଣି ହସିବ ଓଡିଶା’ ପ୍ରସ୍ତୁତ କରିଛନ୍ତି । ପ୍ରଥମ ଥର ପାଇଁ ଓଡିଶୀ ନୃତ୍ୟ ଶିଳ୍ପୀ ଙ୍କୁ ନେଇ ପ୍ରସ୍ତୁତ ଏହି ଭିଡିଓ ଆଲବମରେ ଓଲିଉଡର ବହୁ ବରିଷ୍ଠ କଳାକାର ସାମିଲ ହୋଇଛନ୍ତି ।

ମହାଶ୍ୱେତାଙ୍କ ଏହି ଭିଡିଓ ଆଲବମରେ ମୁଖ୍ୟ ଆକର୍ଷଣ ରହିଛନ୍ତି ବଲିଉଡର ଡ୍ରିମ୍ଗାର୍ଲ ହେମାମାଳିନୀ । ସେ ଏହି ମ୍ୟୁଜିକ ଅଲବମର ଏକ ଅଂଶ ହେବେ ବୋଲି ଅନୁମତି ଦେବା ନେଇ ବେଶ୍ ଖୁସି ଥିବା କହିଛନ୍ତି ମହାଶ୍ୱେତା ।
ଏଥି ସହ ଓଡିଶୀ ନୃତ୍ୟଗୁରୁ ରତିକାନ୍ତ ମହାପାତ୍ର ଓ ସୁଜାତା ମହପାତ୍ରଙ୍କ ସମେତ ସୃଜନ ଅନୁଷ୍ଠାନର ନୃତ୍ୟଶିଳ୍ପୀ ଓ ମୀରା ଦାସ ପ୍ରମୁଖ ନୃତ୍ୟାଭିନୟ କରିଛନ୍ତି । ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି, ମିହିର ଦାସ, ଅପରାଜିତା ମହାନ୍ତି ଓ ଡାଇନାମିକ୍ ବୁଦ୍ଧାଦିତ୍ୟ ପ୍ରମୁଖ ଅଭିନୟ କରିଛନ୍ତି ।
କରୋନା ମହାମାରୀର ରୂପ ନେଇଥିବା ବେଳେ ଲୋକଙ୍କ ମନରେ ସକରାତ୍ମକ ଚିନ୍ତାଧାରା ଆଣିବା ପାଇଁ ଏହି ଗୀତ ଜରିଆରେ ପ୍ରୟାସ କରାଯାଇଛି । ପ୍ରେମାନନ୍ଦ ଏହାର ଏହାର ସଙ୍ଗୀତ ନିର୍ଦ୍ଦେଶକ ଦେଇଥିବା ବେଳେ ଲୋକପ୍ରିୟ କଣ୍ଟଶିଳ୍ପୀ ସବିଶେଷ, ଦୀପ୍ତିରେଖା, ବିଶ୍ୱଜିତ ପ୍ରମୁଖ ଏଥିରେ କଣ୍ଠଦାନ କରିଛନ୍ତି । ବସନ୍ତରାଜ ଏହି ଗୀତଟିକୁ ଲେଖିଛନ୍ତି ।
ଓଡିଆ ସିନେ ଜଗତର ଅପ୍ରତିଦ୍ୱନ୍ଦୀ ନାୟିକା ମହାଶ୍ୱେତାଙ୍କ ୟୁଟ୍ୟୁବ୍ ଚ୍ୟାନେଲ ଜରିଆରେ ଫ୍ୟାନମାନଙ୍କ ସହ ଯୋଡି ହେବାକୁ ଯାଉଛନ୍ତି । ଏହାକୁ ସମସ୍ତେ ପସନ୍ଦ କରିବେ ବୋଲି ଆଶା ରହିଛି ।
Comments are closed.