ମୁମ୍ବାଇ: ବଲିଉଡ଼ ଅଭିନେତା ସନ୍ନି ଦେଓଲଙ୍କ ଫିଲ୍ମ ‘ଗଦର ୨’ ଏବେ ଚର୍ଚ୍ଚାରେ । ଏହି ଫିଲ୍ମକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି । ବକ୍ସ ଅଫିସରେ ମଧ୍ୟ ରେକର୍ଡ଼ କରିଛି । ଫିଲ୍ମ ରିଲିଜ୍ ହେବାର ୯ ଦିନରେ ୩୩୬.୧୩ କୋଟି ଟଙ୍କା ସଂଗ୍ରହ କରି ସାରିଲାଣି । ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ଏହି ଫିଲ୍ମକୁ ଯିଏ ଦେଖୁଛି ସେ ପ୍ରଶଂସା କରୁଛନ୍ତି । ଏସବୁ ଭିତରେ ସନ୍ନି ଦେଓଲଙ୍କ ସାବତ ମା’ ତଥା ଡ୍ରିମ୍ ଗର୍ଲ ହେମାମାଳିନୀ ମଧ୍ୟ ‘ଗଦର ୨’ କୁ ବେଶ୍ ପ୍ରଶଂସା କରିଛନ୍ତି ।
ପୁଅର ଫିଲ୍ମ ଦେଖିବୁ ଥିଏଟର ଯାଇଥିଲେ ଅଭିନେତ୍ରୀ ହେମାମାଳିନୀ । ଥିଏଟରରୁ ବାହାରିବା ପରେ ହେମାମାଳିନୀ କହିଛନ୍ତି ଯେ, ଫିଲ୍ମ ‘ଗଦର ୨’ ମନକୁ ଛୁଇଁଲା । ଯେପରି ଆଶା କରାଯାଉଥିଲା ସେପରି ହୋଇଛି । ସନ୍ନିଙ୍କ ଅଭିନୟ ମଧ୍ୟ ବହୁତ ଚିତ୍ତାକର୍ଷକ ହୋଇଛି । ଅନିଲ ଶର୍ମା ଜୀ ବହୁତ ସୁନ୍ଦର ନିର୍ଦ୍ଦେଶନା ଦେଇଛନ୍ତି । ଫିଲ୍ମରେ ଭାରତ ଏବଂ ପାକିସ୍ତାନ ପାଇଁ ଏକ ଭଲ ବାର୍ତ୍ତା ମଧ୍ୟ ରହିଛି । ଏଥିସହିତ ସନ୍ନି ଦେଓଲଙ୍କୁ ବହୁତ ପ୍ରଶଂସା କରିଥିଲେ । ‘ଗଦର ୨’ରେ ତାଙ୍କ ଭୂମିକା ପାଇଁ ସେ ତାଙ୍କୁ ଚମତ୍କାର ବୋଲି ବର୍ଣ୍ଣନା କରିଥିଲେ ।
Comments are closed.