Latest Odisha News

BREAKING NEWS

ନାଗ ଦମ୍ପତିଙ୍କ ଡ୍ରିମ ହାଉସ..ଦେଖିଲେ ଆଖି ଲାଖିଯିବ

ଭୁବନେଶ୍ୱର: ଯେତେ ଆସିଲେ ବି ମନ ପୁରୁନି । ଲୋଭ ବଢୁଛି, ସେଥିପାଇଁ ଦର୍ନୀତି ବି ବଢୁଛି । ଏତେ ବଡ ଆଲିଶାନ ଘର, ଘରେ ଦାମୀ ଆସବାବ ପତ୍ର । ତଥାପି ମନ ବୁଝୁ ନ ଥିଲା ନାଗ ଦମ୍ପତିଙ୍କର । ମନ ଖୋଜୁଥିଲା ଆହୁରି ସୁନ୍ଦର ଘର । ସେଥିପାଇଁ ଜଗବନ୍ଧୁ-ଅର୍ଚ୍ଚନା  ନୂଆ ଡ୍ରିମ ହାଉସର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ।

ନାଗ ଦମ୍ପତିଙ୍କର ଏ ଡ୍ରିମ ହାଉସ ଦେଖିଲେ ଆପଣଙ୍କର ଆଖି ଲାଖିଯିବ । ତିନି ମହଲାର ଏ ସୁଦୃଶ୍ୟ ଘର ପାଇଁ କେତେ ବଜେଟ ଥିଲା ଜଣା ନାହିଁ । ତେବେ ଏ ସ୍ୱପ୍ନ ବାସ୍ତବ ରୂପ ନେବା ପୂର୍ବରୁ ବୋଧହୁଏ ରାତି ପାହିଗଲା । ନାଗ ଦଂପତିଙ୍କର ସବୁ ଚାଲ ଧରା ପଡିଗଲା । ଏବେ ସେମାନଙ୍କର ଡ୍ରିମ ପ୍ଲାନର ବ୍ଲୁ ପ୍ରିଣ୍ଟ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି ।

ଅର୍ଚ୍ଚନାଙ୍କର ଏ ଘର ଆପଣ ଆଗରୁ ଦେଖିଥିଲେ । ଫିଲ୍ମ ଷ୍ଟାଇଲର ଏ ଆଲିଶାନ ଘର ହିଁ କହୁଛି ତାର ଦାମ ।  ଯୁଆଡେ ଚାହିଁବ ସିଆଡେ ଐଶ୍ୱର୍ଯ୍ୟ । ଘର ଭିତରେ ଷ୍ଟାର ହୋଟେଲର ଅନୁଭବ । କୋଟି କୋଟି ଟଙ୍କାର ଦାମୀ ଗାଡ଼ି । ଦାମୀ ସୋଫା.. ଦାମୀ କୁକୁର.. ସମ୍ପତି ଆାକଳନ କରିବା କଷ୍ଟ ।

ତଥାପି ଘର କରିବାର ଲୋଭ କମି ନ ଥିଲା ବ୍ଲାକମେଲର ଦମ୍ପତିଙ୍କର । ଚାହୁଁଥିଲେ ଆହୁରି ସୁନ୍ଦର ଘର । ସେଥିପାଇଁ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ମିଶି ତିଆରି କରିଥିଲେ ଡ୍ରିମ ହାଇସ ପ୍ରୋଜେକ୍ଟ । ସେହି ଡ୍ରିମ ହାଉସର ବ୍ଲୁ ପ୍ରିଣ୍ଟକୁ ଜଗବନ୍ଧୁ ନିଜ ଇନଷ୍ଟା ଆାକାଉଣ୍ଟରେ ସେୟାର କରିଥିଲେ ।

ବ୍ଲାକମେଲରଙ୍କ ଏ ଡ୍ରିମ ହାଉସର ଝଲକ ବି ଚମକେଇ ଦେବା ପରି । ତିନି ମହଲାର ଘର । ବେଶ ସୁନ୍ଦର । ତିଆରି କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥାନ୍ତା । ଏହି ଘର ପାଇଁ ହୁଏତ ଆାଉ କେତେ କାହାକୁ ଚୂନା ଲଗାଇଥାନ୍ତେ ଅର୍ଚ୍ଚନା । କିନ୍ତୁ ତା ପୂର୍ବରୁ ଖେଳ ଶେଷ ହୋଇଗଲା ।

 

View this post on Instagram

 

A post shared by Jagabandhu Chand (@__j__a__g__u__)

Leave A Reply

Your email address will not be published.