Latest Odisha News

BREAKING NEWS

ପୁରୀ ମେଡିକାଲ ସମସ୍ୟା ନେଇ ଛାତ୍ର କଂଗ୍ରେସର ସିଡିଏମଓଙ୍କ କାର୍ଯ୍ୟାଳୟ ଘେରାଉ

ପୁରୀ: ପୁରୀ ସଦର ମହକୁମା ଡାକ୍ତରଖାନାର ବିଭିନ୍ନ ସମସ୍ୟା ନେଇ ଆଜି ଜିଲ୍ଲା ଛାତ୍ର ଓ ଯୁବ କଂଗ୍ରେସ ପକ୍ଷରୁ ସିଡିଏମଓ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ସେମାନେ ସିଡିଏମଓଙ୍କ ନିକଟରେ ଜନସାଧାରଣଙ୍କ ସମସ୍ୟା ଉପସ୍ଥାପନ କରିଥିଲେ । ଏଥିରେ ୫ ଦଫା ଦାବୀକୁ କାର୍ଯ୍ୟକାରୀ କରିବା ପାଇଁ ସେମାନେ ଚାପ ପକାଇଥିଲେ । ସେଗୁଡିକ ହେଲା- ଡ୍ୟୁଟି ଚାର୍ଟ ବୋର୍ଡକୁ କାର୍ଯ୍ୟକାରୀ କରିବା ।

ପ୍ରତ୍ୟେକ ବିଭାଗରେ ଆପଦକାଳୀନ ପରିସ୍ଥିତିରେ ଯୋଗାଯୋଗ ପାଇଁ ଡାକ୍ତରଙ୍କ ନମ୍ବର ଲେଖାଯିବା ଏବଂ ରୋଗୀମାନେ ଯେପରି ବାହାରୁ ଔଷଧ ନ କିଣିବେ ସେଥିପ୍ରତି ଡାକ୍ତରମାନେ ଧ୍ୟାନ ଦେବା ସହ ହସ୍ତାକ୍ଷର ପଢ଼ିବା ଯୋଗ୍ୟ କରନ୍ତୁ । ସେହିପରି ଆଇସିୟୁ କୋଠରୀ ବନ୍ଦ ରହିବା ଏବଂ ମଧୂମେହ ଓ ରକ୍ତଚାପ ଜନିତ ପରୀକ୍ଷଣ କେନ୍ଦ୍ରକୁ ଚାଲୁ ରଖିବା ପାଇଁ ଦାବି କରାଯାଇଛି ।

ସୂଚନା ଅନୁସାରେ, ସୋମବାର ରାତି ପ୍ରାୟ ୮ଟା ୩୦ ବେଳେ ଜଣେ ରୋଗୀ ମେଡିକାଲ୍ ଆସିଥିଲେ । ସେହି ସମୟରେ କେହି ଡାକ୍ତର ନଥିବା ଅଭିଯୋଗ ହୋଇଥିଲା । ଏପରିକି ମେଡିସିନ୍ ୱାର୍ଡ ବାହାରେ ଲାଗିଥିବା ଚାର୍ଟରେ କିଛି ସୂଚନା ନଥିଲା । ଏନେଇ ସିଡିଏମ୍ଓ ଓ ଏଡିଏମଓଙ୍କୁ ଫୋନ୍ କରିଥିଲେ ମଧ୍ୟ ଉତ୍ତର ମିଳି ନଥିଲା । ଯାହାର ପ୍ରତିବାଦ କରି ଆଜି ଛାତ୍ର କଂଗ୍ରେସ ଘେରାଉ କରିଥିଲା ।

ଏହା କାର୍ଯ୍ୟକାରୀ କରା ନ ଗଲେ ୭ତାରିଖରେ ପୁନର୍ବାର ଦାବିପତ୍ର ଦିଆଯିବ ବୋଲି କୁହାଯାଇଛି । ଏଥିରେ ଯୁବ କଂଗ୍ରେସ ନେତା ଆଲୋକ କୁମାର ଦାଶ, ଆଶୁତୋଷ ମିଶ୍ର, ମନୋଜ ମଣ୍ଡଳ, ଅଗସ୍ତିନ ଜୋସେଫ, ଅନୀଲ ବେଜ, ଆଦିତ୍ୟ ସାମନ୍ତରାୟ ପ୍ରମୁଖ ଯୋଗଦାନ ଦେଇଥିଲେ ।

Leave A Reply

Your email address will not be published.