Latest Odisha News

ଇଟାଲିଆନ୍ କପ ଫୁଟବଲ : ଇଂଟର ମିଲାନ ସହ ମ୍ୟାଚ ଡ୍ର ରଖି ଫାଇନାଲରେ ନାପୋଲି

ନାପଲ୍ସ: ଚଳିତ ଇଟାଲିଆନ କପ ଫୁଟବଲ ଟୁର୍ଣ୍ଣାମେଂଟର ଫାଇନାଲରେ ନାପୋଲି ଟିମ୍ ପ୍ରବେଶ କରିଛି । ବୁଧବାର ଫାଇନାଲରେ ଦଳ ଜୁଭେଟଂସକୁ ଭେଟିବ । ଶନିବାର ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ନାପୋଳି ଶକ୍ତିଶାଳୀ ଇଂଟର ମିଲାନ ବିପକ୍ଷରେ ମ୍ୟାଚ ୧-୧ରେ ଡ୍ର ରଖିବାରେ ସଫଳ ହୋଇଥିଲା । ଇଂଟରମିଲାନ ପକ୍ଷରୁ ଖ୍ରିଷ୍ଟିଆନ ଏରିକ୍ସନ ଏବଂ ନାପୋଲି ତରଫରୁ ଡ୍ରାଇଜ ମେର୍ଟନ୍ସ ଗୋଲ ସ୍କୋର କରିଥିଲେ ।

କରୋନା ଭାଇରସ ଯୋଗୁ ଖେଳ ସ୍ଥଗିତ କରାଯିବା ବେଳେ ଫେବୃୟାରୀରେ ପ୍ରଥମ ଲେଗ୍ ମ୍ୟାଚରେ ନାପୋଲି ବିଜୟ ହାସଲ କରିଥିଲା । ଫଳରେ ଏଗ୍ରିଗେଟରେ ୨-୧ରେ ଜିତି ଫାଇନାଲରେ ପ୍ରବେଶ କରିଛି । କରୋନା ମହାମାରୀ ଯୋଗୁ ଏହି ମ୍ୟାଚ ବିନା ଦର୍ଶକରେ ଖେଳା ଯାଇଥିଲା ।

Leave A Reply

Your email address will not be published.