Latest Odisha News

BREAKING NEWS

ବଜ୍ରାଘାତରେ ଦୁଇ ଯୁବକ ମୃତ

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ଖୁକୁଣ୍ଡିବାହାଲ ପଂଚାୟତ ଲଡୋସେରା ଗାଁରେ ବଜ୍ରାଘାତ ହୋଇଛି । ଏଥିରେ ଦୁଇ ଜଣ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ସିମଡୋଗା ଜିଲ୍ଲାର ବିନୀତ ଡୁଙ୍ଗଡୁଙ୍ଗ ଓ ସୁନ୍ଦରଗଡ ଏକମା ଗାୀଁ ଭୀମ କେର୍କେଟା ।

ସୂଚନା ଯୋଗ୍ୟ ଯେ, ଲଡୋସେରା ଗାଁରେ ଏକ ବ୍ରିଜ ଓ ରାସ୍ତା କାମ ଚାଲିଥିଲା । ଏତିକି ହଠାତ ବଜ୍ରାପାତ ହୋଇଥିଲେ । ବଜ୍ରାଘାତରେ ବିନୀତ ଓ ଭୀମ ଟଳି ପଡିଥିଲେ । ଏହାପରେ ଦୁହିଁଙ୍କୁ କୁଆଁରମୁଣ୍ଡା ଚିକିତ୍ସାଳୟକୁ ନିଆଯାଇଥିଲେ । ସେଠରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।

ସେପଟେ ଘଟଣାସ୍ଥଳରେ ପୋଲିସ ପହଂଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏଥିସହ ଦୁଇଟି ଅପମୃତ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.