Latest Odisha News

BREAKING NEWS

ଭୁବନେଶ୍ବରରେ ୨୪ ଘଣ୍ଟା ପାଇଁ ବନ୍ଦ ରହିବ ଜଳ ଯୋଗାଣ, ଜାଣନ୍ତୁ କେଉଁ ଦିନ…

ଭୁବନେଶ୍ୱର: ପାଣି ପାଇଁ ଗୋଟେ ଦିନ ଲାଗି ଡହଳବିକଳ ହେବେ ରାଜଧାନୀବାସୀ। ଶୁକ୍ରବାର ଠାରୁ ୨୪ ଘଣ୍ଟା ବନ୍ଦ ରହିବ ଜଳ ଯୋଗାଣ। ଯାହା ଫଳରେ ଅଧା ଭୁବନେଶ୍ବରରେ ମିଳିବନି ପାଣି। ଏନେଇ ସୂଚନା ଦେଇଛି ଓ୍ବାଟକୋ।

ସୂଚନା ଅନୁଯାୟୀ, ମୁଣ୍ଡଳିରୁ ମୁଖ୍ୟ ପାଣି ପାଇପର ମରାମତି ପାଇଁ ଏଭଳି ନିଷ୍ପତ୍ତି ନେଇଛି ଓ୍ବାଟକୋ। ଶୁକ୍ରବାର ଦିନ ୨ଟାରୁ ଶନିବାର ଦିନ ୨ଟା ପର୍ଯ୍ୟନ୍ତ ଭୁବନେଶ୍ବରରେ ଜଳ ଯୋଗାଣ ବନ୍ଦ ରହିବ।
ରାଜଧାନୀର ବିଭିନ୍ନ ଜଳ ଯୋଗାଣ ଅଞ୍ଚଳ ଗୁଡ଼ିକରେ ଜଳ ଯୋଗାଣ ବନ୍ଦ ରହିବ।

ତେବେ ନଜର ପକାନ୍ତୁ କେଉଁ କେଉଁ ଅଞ୍ଚଳରେ ବନ୍ଦ ରହିବ ଜଳ ଯୋଗାଣ। ନୟାପଲ୍ଲୀ, ପୋଖରିପୁଟ, ଘାଟିକିଆ, ହାଇ ଲେଭଲ୍ ଟ୍ୟାଙ୍କ ଏବଂ ଚନ୍ଦ୍ରଶେଖରପୁର ଆଦି ଅଞ୍ଚଳରେ ଜଳ ଯୋଗାଣ ବନ୍ଦ ରହିବ।

Comments are closed.