Latest Odisha News

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଡ୍ରାଇଭର ଜୀବନ୍ତ ଦଗ୍ଧ

କାମାକ୍ଷାନଗର : ପାଉଁଶ ବୋଝେଇ ହାଇୱା ଟ୍ରକକୁ ପଛରୁ ଧକ୍କା ଦେଲା ଟ୍ରକ, ଡ୍ରାଇଭର ଜୀବନ୍ତ ଦଗ୍ଧ । ଢେଙ୍କାନାଳ-କାମାକ୍ଷାନଗର ମୁଖ୍ୟ ରାସ୍ତାର ମହୁଲପାଳ ପଥପ୍ରାନ୍ତ ସେବା କେନ୍ଦ୍ର ସମ୍ମୁଖରେ ଘଟିଛି ଦୁର୍ଘଟଣା । ପାଉଁଶ ବୋଝେଇ ହାଇୱା ଟ୍ରକ ପଛ ପାଖରୁ ପାଉଁଶ ବୋଝେଇ ହାଇୱା ଟ୍ରକ ଧକ୍କା ଦେବାରୁ ଘଟଣା ସ୍ଥଳରେ ହିଁ ଜଣେ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି ।

ମୃତ ଡ୍ରାଇଭର ଜଣଙ୍କ ନାମ ସୁନୀଲ ଯାଦବ । ତାଙ୍କ ଘର ଝାଡଖଣ୍ଡରେ ବୋଲି ଜଣାପଡିଛି । ଗୁରୁବାର ସକାଳେ ଏହି ଘଟଣା ଘଟିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଛି । ଖବର ପାଇ କାମାକ୍ଷାନଗର ଅଗ୍ନିଶମ ବାହିନୀ ଜଳୁଥିବା ଟ୍ରକ ନିଆଁକୁ ଆୟତ୍ତ କରିଥିଲେ । ତେବେ ଡ୍ରାଇଭର ଜଣଙ୍କ ସମ୍ପୂର୍ଣ୍ଣ ଜଳିପୋଡି ପାଉଁଶ ହୋଇ ଯାଇଥିଲେ । ଏ ନେଇ କାମାକ୍ଷାନଗର ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.