Latest Odisha News

ମୋରଡାରେ ଦୁର୍ଘଟଣା,ଜଣେ ଆହତ

ମୟୁରଭଞ୍ଜ: ଚିପ୍ସ ବୋଝେଇ ହାଇୱା ଦୁର୍ଘଟଣା ଗ୍ରସ୍ତ ହୋଇଛି । ମୋରଡା ବ୍ଲକ ଭାଲିଆଡିହାର କଲରାଫୁଲିଆ ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା । ଏକ ଚିପ୍ସ ବୋଝେଇ ହାଇୱା ବାରିପଦାରୁ ଅମର୍ଦା ଅଭିମୁଖେ ଯାଉଥିବା ବେଳେ ଭାରସ୍ୟାମ ହରେଇ ରାସ୍ତା ମଝିରେ ଓଲଟି ଯାଇଥିଲା । ଡ୍ରାଇଭର ଜଣଙ୍କୁ ଆହତ ଅବସ୍ଥାରେ କିସାନତାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି

। ତୁରନ୍ତ ଖବର ପାଇ ବଡଜାମବଣି ଫାଣ୍ଡି ଅଧିକାରୀ ପବିତ୍ର ମୋହନ ରାଉତ ଆସି ରାସ୍ତା ମଝିରୁ ହ୍ୱାଇୱା ଟିକୁ ହଟାଇଥିଲେ । ତେବେ ଡ୍ରାଇଭର ଜଣକ ଅତ୍ୟନ୍ତ ନିଶାଗ୍ରସ୍ତ ଥିଲା । ଏହି ନିଶାଗ୍ରସ୍ତ ଅବସ୍ଥାରେ ଗାଡି ଚଳାଉଥିବା ବେଳେ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ।।

Leave A Reply

Your email address will not be published.