Latest Odisha News

ବେଙ୍ଗାଲୁରୁ ରାସ୍ତାରେ ହୁତୁହୁତୁ ହୋଇ ଜଳିଲା ବସ୍

ବେଙ୍ଗାଲୁରୁ: ଇଞ୍ଜିନ ଷ୍ଟାର୍ଟ କରୁକରୁ ହୁତୁହୁତୁ ହୋଇ ଜଳିଲା ବସ୍। କିନ୍ତୁ ଚାଳକଙ୍କ ଉପସ୍ଥିତ ବୁଦ୍ଧି କାରଣରୁ ଅଳ୍ପକେ ବର୍ତ୍ତିଯାଇଛି ସମସ୍ତ ଯାତ୍ରୀଙ୍କ ଜୀବନ। ଏହି ଘଟଣା ଘଟିଛି ବେଙ୍ଗାଲୁରୁର ଏମଜି ରୋଡ଼ରେ।

ବେଙ୍ଗାଲୁରୁ ମେଟ୍ରୋପଲିଟାନ ଟ୍ରାନ୍ସପୋର୍ଟ କର୍ପୋରେସନ (ବିଏମଟିସି)  ରିପୋର୍ଟ ଅନୁସାରେ, ଆଜି ଏକ ସରକାରୀ ବସ୍ ସକାଳେ ୩୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ହଠାତ୍ ନିଆଁ ଲାଗି ଯାଇଥିଲା।ଡ୍ରାଇଭର୍ ଜଣକ ତୁରନ୍ତୁ ଡେଇଁ ପଡ଼ି ସଙ୍ଗେ ସଙ୍ଗେ ବସକୁ ଖାଲି କରି ଦେଇଥିଲେ। ଯାହା ଫଳରେ ୩୦ ଜଣ ଯାତ୍ରୀଙ୍କ ଜୀବନ ବଞ୍ଚିଯାଇଛି।

ତେବେ ବସରେ ନିଆଁ ଲାଗିବାର ଦୃଶ୍ୟ ସୋସିଆଲ ମଡିଆରେ ଶେୟାର୍ କରିଛନ୍ତି। ଯେଉଁଥିରେ ବସଟି ରାସ୍ତା ଉପରେ ହୁତୁହୁତୁ ହୋଇ ଜଳୁଥିବା ଦେଖିବାକୁ ମିଳିଛି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ତେବେ କେଉଁ କାରଣରୁ ନିଆଁ ଲାଗିଲା, ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ। ଅପରପକ୍ଷେ ଅଧିକ ଯାଞ୍ଚ ଚାଲିଛି।

Comments are closed.