Latest Odisha News

BREAKING NEWS

ରାଜଧାନୀରେ ଚାଞ୍ଚଲ୍ୟ: ରେଲୱେ ଷ୍ଟେସନ ନିକଟସ୍ଥ ଅଟୋରୁ ମିଳିଲା ମୃତଦେହ !

ଭୁବନେଶ୍ୱର: ଭୁବନେଶ୍ବର ରେଲୱେ ଷ୍ଟେସନ ନିକଟରେ ଥିବା ଏକ ଅଟୋରୁ ବୁଧବାର ରାତିରେ ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି ।

ମୃତ ବ୍ୟକ୍ତିଙ୍କ ନାମ କବି ଚନ୍ଦ୍ର ନାୟକ(୫୦), ଏବଂ ସେ ଜଣେ ଅଟୋ ଡ୍ରାଇଭର ବୋଲି ସୂଚନା ଦେଇଛି ରେଳବାଇ ପୋଲିସ ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଗତରାତିରେ ଗ୍ରାହକଙ୍କୁ ଷ୍ଟେସନ ପାଖରେ ଛାଡିବାପରେ କବି ଅଟୋ ଷ୍ଟାଣ୍ଡକୁ ଫେରିଆସିଥିଲେ । ଏହାପରେ ସେ ନିଜ ଅଟୋରେ ଶୋଇଯାଇଥିଲେ । ପାଖାପାଖି ୯.୩୦ସମୟରେ ଜଣେ ଯାତ୍ରୀ ଯିବା ପାଇଁ ତାଙ୍କୁ ଉଠାଇଥିଲେ । ମାତ୍ର ଯାତ୍ରୀଙ୍କ ଡାକର କବି କୌଣସି ଉତ୍ତର ଦେଇନଥିଲେ ।

ପାଖରେ ଥିବା ଅନ୍ୟ ଅଟୋ ଚାଳକ ମାନେ ମଧ୍ୟ ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ଏହାପରେ ସେମାନେ ପୋଲିସକୁ ଖବର ଦେଇଥିଲେ ।
ପରେ ରେଳବାଇ ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ମୃତ ଶରୀରକୁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲେ ।

ମୃତ୍ୟୁର କାରଣ ଏଯାଏଁ ଅସ୍ପଷ୍ଟ ରହିଛି ।

Leave A Reply

Your email address will not be published.