Latest Odisha News

BREAKING NEWS

ଜଙ୍ଗଲରୁ ଅସୁସ୍ଥ ହାତୀ ଉଦ୍ଧାର

କଟକ: କଟକ ଜିଲ୍ଲା ନିକଟସ୍ଥ ଜଙ୍ଗଲରୁ ଗୁରୁବାର ଦିନ ଏକ ଅସୁସ୍ଥ ହାତୀକୁ ବନବିଭାଗ ଦ୍ୱାରା ଉଦ୍ଧାର କରାଯାଇଛି ।

ପ୍ରାପ୍ତ ସୂଚନାନୁଯାୟୀ ଆଜି ସକାଳେ ବାଆଁରା ନିକଟରେ ଏକ ହାତୀ ପଡିଥିବା ନେଇ ସ୍ଥାନୀୟ ବାସିନ୍ଦା ଦେଖିବାକୁ ପାଇଥିଲେ । ପରେ ସେମାନେ ଏନେଇ ବନବିଭାଗକୁ ସୂଚନା ଦେଇଥିଲେ । ଖବର ପାଇ ବନ ବିଭାଗ ଅଧିକାରୀ ଓ ପଶୁ ଚିକିତ୍ସକମାନେ ଘଟଣାସ୍ଥଳରେ ପହଞ୍ଚିବା ସହ ଉକ୍ତ ହାତୀଟିର ଚିକିତ୍ସା କରୁଛନ୍ତି ।

ତେବେ ଭୁବନେଶ୍ୱରର ଏକ ଟ୍ରାଙ୍କୁଲାଇଜିଂ ଟିମ୍ ସେମାନଙ୍କର ସହାୟତା କରୁଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.