Latest Odisha News

BREAKING NEWS

ୟୁଏଇ ବିମାନ ବନ୍ଦର ନିକଟରେ ଡ୍ରୋନ ଆକ୍ରମଣ

ଦୁବାଇ: ୟୁନାଇଟେଡ ଆରବ ଏମିରେତ (ୟୁଏଇ)ର ଆବୁଧାବି ବିମାନ ବନ୍ଦର ନିକଟରେ ଡ୍ରୋନ ଆକ୍ରମଣ ହୋଇଛି । ୟୁଏଇ ଅଧିକାରୀ ଏହି ବିସ୍ଫୋରଣ ଏବଂ ନିଆଁ ଲାଗିବା କଥାକୁ ସ୍ୱୀକାର କରିଛନ୍ତି । ୟମେନର ୟୁତି ବିଦ୍ରୋହୀ ଏହି ଘଟଣା ପାଇଁ ନିଜକୁ ଦାୟୀ କରିଛନ୍ତି । ସୁରକ୍ଷାକର୍ମୀ ଆଲର୍ଟ ରହିବା ସହ ଅଧିକ ଡ୍ରୋନ ଆକ୍ରମଣ ହେବା ନେଇ ଆଶଙ୍କା ବ୍ୟକ୍ତ କରିଛନ୍ତି ।

ମୁସାଫା ଇଣ୍ଡଷ୍ଟ୍ରିଆଲ ଏରିଆରେ ୩ଟି ତେଲ ଟ୍ୟାଙ୍କର୍ସରେ ନିଆଁ ଲାଗିବା ପରେ ପରେ ବିମାନ ବନ୍ଦର ନିକଟରେ ଏ ଭଳି ଘଟଣା ଦେଖିବାକୁ ମିଳିଥିଲା । ଏହି ସବୁ ସ୍ଥାନରେ ଡ୍ରୋନ ଦେଖା ଯାଇଥିଲା ।

Comments are closed.