Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀଙ୍କ ବାସଭବନ ଉପରେ ଉଡ଼ିଲା ଡ୍ରୋନ୍, ଆକ୍ସନ୍ ମୋଡରେ ଏସପିଜି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦିଲ୍ଲୀସ୍ଥିତ ବାସଭବନ ଉପରେ ଉଡିଲା ଡ୍ରୋନ୍। ଆକ୍ସନ ମୋଡରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଅଧୀନରେ ନିୟୋଜିତ ଏସପିଜି। ଏନେଇ ଆଜି ସକାଳ ୫.୩୦ରେ ଏସପିଜି ପୋଲିସକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ଫୋର୍ସ ବରିଷ୍ଠ ଅଧିକାରୀଙ୍କ ସହ ପହଞ୍ଚିଥିଲେ। ଏହା ପରେ ପୋଲିସର ତଦନ୍ତ ଆରମ୍ଭ ହୋଇଛି। ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଚାରିପାଖେ ଏକ ଫ୍ଲାଇଙ୍ଗ୍ ଜୋନ୍ ରହିଛି ଏବଂ ଏହି ଡ୍ରୋନ୍ ଫ୍ଲାଇଙ୍ଗ୍ ଜୋନରେ ଉଡୁଥିଲା। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଅତ୍ୟନ୍ତ କଡାକଡି। ଏପରିକି ତାଙ୍କ ପରିବାର ସଦସ୍ୟ ମଧ୍ୟ ତାଙ୍କୁ ଭେଟିବା ପାଇଁ ସୁରକ୍ଷା ପ୍ରକ୍ରିୟା ଦେଇ ଗତି କରନ୍ତି।

ସୂଚନାନୁସାରେ, ପ୍ରଧାନମନ୍ତ୍ରୀଙ୍କ ବାସଭବନ ନିକଟରେ ଏକ ସନ୍ଦେହଜନକ ଅଜଣା ଡ୍ରୋନ ଉଡୁଥିବା ନେଇ ଏନଡିଡି ନିୟନ୍ତ୍ରଣ କକ୍ଷରେ ସୂଚନା ମିଳିଥିଲା। ଏହାପରେ ପୋଲିସ ଆଖପାଖ ଅଞ୍ଚଳରେ ବହୁ ଖୋଜାଖୋଜି କରିଥିଲା ​​କିନ୍ତୁ ସେପରି କିଛି ତଥ୍ୟ ମିଳି ନଥିଲା। ପରେ ଏୟାର ଟ୍ରାଫିକ କଣ୍ଟ୍ରୋଲ ରୁମକୁ ଯୋଗାଯୋଗ କରାଯାଇଥିଲା। ସେତେବେଳେ ସେମାନେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ବାସଭବନ ନିକଟରେ ଏପରି କୌଣସି ଡ୍ରୋନ ଉଡୁଥିବା ସୂଚନା ପାଇନଥିଲେ। ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ଦିଲ୍ଲୀର ଲୁଟିଅନ୍ସ ଜୋନ୍ କଲ୍ୟାଣ ମାର୍ଗରେ ଅବସ୍ଥିତ ୭ ନମ୍ବର ବଙ୍ଗଳା। ଏହା ନୋ ଫ୍ଲାଇଂ ଜୋନ୍ ହୋଇଥିବା ବେଳେ କେମିତି ଡ୍ରୋନ ଉଡିଲା ତାର ତଦନ୍ତ କରାଯାଉଛି।

Leave A Reply

Your email address will not be published.