Latest Odisha News

BREAKING NEWS

ଆଇଏସଆଇଏସର ଗତିବିଧି ନେଇ ରାଜ୍ୟର ୫ଟି ସ୍ଥାନରେ ଏନଆଇଏର ଚଢାଉ

ମୁମ୍ବାଇ: ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ଏନଆଇଏ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆତଙ୍କବାଦୀର ଗତିବିଧିକୁ ଲକ୍ଷ କରି ଏନଆଇଏ ରାଜ୍ୟର ପାଞ୍ଚଟି ସ୍ଥାନରେ ଚଢାଉ କରିଛି। ମିଳିଥିବା ସୂଚନା ଅନୁଯାୟୀ ମହାରାଷ୍ଟ୍ରର କିଛି ଅଞ୍ଚଳରେ ଆଇଏସଆଇଏସ ସକ୍ରିୟ ଥିବା ସନ୍ଦେହ କରି ମୁମ୍ବାଇ ଏବଂ ପୁନେର କିଛି ଅଞ୍ଚଳରେ ଚଢାଉ କରିଛି ଏନଆଇଏ।

ଏନଆଇଏ ଆଜି ମୁମ୍ବାଇର ଦୁଇଟି ସ୍ଥାନ, ଭବଣ୍ଡିର ଦୁଇଟି ସ୍ଥାନ ଏବଂ ପୁନେର ଗୋଟିଏ ସ୍ଥାନରେ ଚଢାଉ କରିଥିବା ବେଳେ ଏହା ବର୍ତ୍ତମାନ ସୁଦ୍ଧା ଜାରି ରହିଛି। ସୂଚନା ଥାଉକି ଯେ, ଯେ ଜୁନ୍ ୨୮ ରେ ମୁମ୍ବାଇର ନାଗପାଡା ଅଞ୍ଚଳରେ ରହୁଥିବା ଜଣେ ବ୍ୟକ୍ତିଙ୍କ ବିରୋଧରେ ଏନଆଇଏ ମାମଲା ରୁଜୁ କରିଥିଲା। ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇଏସ୍ଆଇଏସ୍ ସହିତ ଯୋଗାଯୋଗ କରୁଥିବା ଅଭିଯୋଗ ହୋଇଥିଲା। ମୁମ୍ବାଇ ବ୍ୟତିତ ପୁନେରେ ଆଇବି ଦ୍ୱାରା ଚଢାଉ କରାଯାଇଛି। ଏନଆଇଏ ଏବଂ ଆଇବିର ମିଳିତ ଟିମ କୋଣ୍ଡୱାରେ ଚଢାଉ କରି ଏହି ମାମଲାରେ ଜଡିତ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି।

Leave A Reply

Your email address will not be published.