ପୁରୀ: ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍ । ଭୋର ୪ଟା ୧୦ ମିନିଟ୍ରେ ଡ୍ରୋନ୍ ଉଡୁଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ନୋ ଫ୍ଲାଇଂ ଜୋନ୍ରେ କିଏ ଓ କାହିଁକି ଡ୍ରୋନ୍ ଉଡ଼ାଇଲା ସେନେଇ ଅସ୍ପଷ୍ଟ । ଦୋଳମଣ୍ଡପ ସାହିରୁ ପ୍ରଥମେ ଆସି ମେଘନାଦ ପାଚେରୀ ବୁଲିଥିଲା ଡ୍ରୋନ । ୧୦୦ ଫୁଟ ଉଚ୍ଚକୁ ଯାଇ ଦଧିନଉତି ଓ ନୀଳଚକ୍ର ଉପରେ ବୁଲିଥିଲା । ତେବେ ପୋଲିସ କଣ୍ଟ୍ରୋଲ ରୁମ୍ରୁ ଆସିଛି କି ନାହିଁ ସ୍ପଷ୍ଟ ହୋଇନି ।
ତେବେ ଗତବର୍ଷ ଜଣେ ଯୁବକ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡାଇ ଭିଡିଓ ଭାଇରାଲ କରିଥିଲେ । ନୋ ଫ୍ଲାଇଁ ଜୋନ୍ ରେ କିଭଳି ଡ୍ରୋନ୍ ଉଡିଲା ସେନେଇ ଶ୍ରୀମନ୍ଦିର ସୁରକ୍ଷା ଉପରେ ପ୍ରଶ୍ନ ଉଠିଥିଲା । ଶ୍ରୀମନ୍ଦିର ଭଳି ଏକ ସମ୍ବେଦନଶୀଳ ସ୍ଥାନରେ ଭିଡ଼ିଓ ଉତ୍ତୋଳନ ନିଷିଦ୍ଧ ଥିବା ବେଳେ କେମିତି ଜଣେ ଯୁବକ ଡ୍ରୋନ ଉଡ଼ାଇ ଭିଡ଼ିଓ ନେଲେ, ତାହା ପୁଣି ପୁରୀ ପୋଲିସ ଜାଣି ପାରିଲା ନାହିଁ ସେ ନେଇ ସାଧାରଣ ରେ ପ୍ରଶ୍ନ ଉଠିଥିଲା ।