Latest Odisha News

BREAKING NEWS

ସୁନାବେଶରେ ଡ୍ରୋନ୍ ମାଧ୍ୟମରେ ହେବ ଟ୍ରାଫିକ ନିୟନ୍ତ୍ରଣ

ପୁରୀ:  ଆଜି ମହାପ୍ରଭୁଙ୍କ ପବିତ୍ର ସୁନାବେଶ। ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ଗତବର୍ଷ ତୁଳନାରେ ପ୍ରାୟ ପଚିଶ ପ୍ରତିଶତ ଅଧିକ ଭକ୍ତ ମହାପ୍ରଭୁଙ୍କର ଏହି ଦର୍ଶନ କରିବେ ବୋଲି ଆକଳନ କରିଛି ପ୍ରଶାସନ । ତେଣୁ ଏହାକୁ ଦୃଷ୍ଟିରେ ରଖି ପୁରୀ ପୁଲିସ ପକ୍ଷରୁ ଟ୍ରାଫିକ ବ୍ଯବସ୍ଥାକୁ ନେଇ ଏକ ସ୍ୱତନ୍ତ୍ର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି।

ଏଥର ସୁନାବେଶରେ  ଡ୍ରୋନ୍ ମାଧ୍ୟମରେ ଟ୍ରାଫିକ ପରିଚାଳନା କରାଯିବ। ବିଶେଷକରି ବାଟଗାଁ ଓ ତାଳବଣିଆରେ ଡ୍ରୋନ୍ ସାହାଯ୍ୟରେ ଟ୍ରାଫିକ ନିୟନ୍ତ୍ରଣ କରାଯିବ। ଖାସକରି ଟ୍ରଫିକ ବ୍ଯବସ୍ଥା  ଶୃଙ୍ଖଳିତ କରିବା ପାଇଁ ୫୧ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ମେଡିକାଲ ଛକରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଯାନବାହନ ପ୍ରବେଶ ଉପରେ କଟକଣା କରାଯାଇଛି।

ସେପଟେ ଟୁରିଷ୍ଟ ବସ କେବଳ ମାଳତୀପାଟପୁର ବସଷ୍ଟାଣ୍ଡରେ ପାର୍କିଂ କରିବେ। ଭୁବନେଶ୍ବର ଆଡୁ ଆସୁଥିବା ଯାତ୍ରୀବାହୀ ବସ ଗୁଡିକ ମାଳତୀପାଟପୁର ଆରଓବି ଦେଇ ସଂସ୍କୃତ ମହାବିଦ୍ୟାଳୟ ଓ ତାଳଵଣିଆରେ ପାର୍କିଂ କରିବେ। କୋଣାର୍କ ଆଡୁ ଆସୁଥିବା ବସ ଗୁଡିକ ତାଳବଣିଆରେ ପାର୍କିଂ କରିବେ। ସେହିପରି ବ୍ରହ୍ମଗିରି ଆଡୁ ଆସୁଥିବା କାର୍ ଓ ବାଇକ୍ ମେରାଇନଡ୍ରାଇଭ ଦେଇ ଯାତ୍ରୀକାରେ ପାର୍କିଂ କରିବେ।

ଭୁବନେଶ୍ୱର ଆଡୁ ଆସୁଥିବା ଚାରି ଚକିଆ ଯାନ ଗୁଡିକ ମାଳତୀପାଟପୁର ଆରଓବି ଦେଇ ତାଳବଣିଆରେ ପାର୍କିଂ କରିବେ। ସେହିଭଳି ଭୁବନେଶ୍ବର ଆଡୁ ଆସୁଥିବା ବାଇକ୍ ମାଳତୀପାଟପୁର ଆରଓବି ଦେଇ ବ୍ଲୁଫ୍ଲାଗ ବିଚ୍ ଓ ନିଳାଦ୍ରୀ ବିଚରେ ପାର୍କିଂ କରିବେ।

ସୁନାବେଶ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ବି ଜାରି ହୋଇଛି ।  ଅପରାହ୍ନ ୨ଟାରୁ ୩ଟା ମଧ୍ୟରେ ମଧ୍ୟମ ଧୂପ ହେବ । ୩ଟା ୩୦ରେ ମଇଲମ, ୪ଟାରେ ସନ୍ଧ୍ୟା ଆଳତି, ୪ଟା ୩୦ରେ ଏକାଦଶୀ ସର୍ବାଙ୍ଗ, ୫ଟାରୁ ସାଢେ ୬ଟା ୩୦ ଭିତରେ ସୁନାବେଶ, ୮ଟାରୁ ୯ଟା ଭିତରେ ସନ୍ଧ୍ୟା ଧୂପ, ରାତି ୧୦ଟାରୁ ୧୧ ଭିତରେ ସୁନାବେଶ ମଇଲମ, ୧୧ଟା ୩୦ରେ ଚଣ୍ଡଲାଗି ଏବଂ ମଧ୍ୟାହ୍ନ ୯ଟାରେ ରହିଛି ବଡ ସିଂହାର ବେଶ ।

 

 

Leave A Reply

Your email address will not be published.