Latest Odisha News

BREAKING NEWS

ପୁଣି ଜମ୍ମୁ ସୀମାରେ ଉଡିଲା ଡ୍ରୋନ

ନୂଆଦିଲ୍ଲୀ: ଆତଙ୍କବାଦୀମାନେ ଜମ୍ମୁ-କଶ୍ମୀରରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ଯଥାସମ୍ଭବ ଉଦ୍ୟମ କରୁଛନ୍ତି । ସପ୍ତାହକ ମଧ୍ୟରେ ଜମ୍ମୁ ସୀମାରେ ତୃତୀୟ ଥର ପାଇଁ ଡ୍ରୋନ ଉଡୁଥିବା ଦେଖିବାକୁ ମିଳିଛି । କୁଞ୍ଜୱିନି ଏବଂ କାଲୁଚକ ଅଂଚଳରେ ଏହି ଡ୍ରୋନ ଉଡୁଥିଲା । ସେନା ପକ୍ଷରୁ ଡ୍ରୋନକୁ ଟାର୍ଗେଟ କରାଯିବାରୁ ଏହା ଫେରି ଯାଇଥିଲା ।

ସବୁଠାରୁ ବଡ କଥା ଭାରତ-ନେପାଳ ସୀମା ଦେଇ ଚୀନରୁ ଚୋରା ଚାଲାଣ ହେଉଥିବା ୮ଟି ଡ୍ରୋନ କ୍ୟାମେରା ସୁରକ୍ଷା ବାହିନୀ ଜବତ କରିଛନ୍ତି । ଏହା ପଛରେ କାହାର ହାତ ରହିଛି ତାହାର ତଦନ୍ତ ଜୋରସୋରରେ ଆରମ୍ଭ ହୋଇଯାଇଛି ।

Leave A Reply

Your email address will not be published.