Latest Odisha News

BREAKING NEWS

ପୁଣି ବଢିଲା ଡ୍ରପ୍ ଆଉଟ୍‌ ସଂଖ୍ୟା: ପାଠ ଛାଡ଼ିଛନ୍ତି ୧୫% ପିଲା

ଭୁବନେଶ୍ୱର: ଡ୍ରପ୍ ଆଉଟକୁ ନେଇ ବିଧାନସଭାରୁ ଆସିଲା ସାଂଘାତିକ ଚିତ୍ର। ପୁଣି ବଢିଲା ଡ୍ରପ୍ ଆଉଟ୍‌ ସଂଖ୍ୟା। ୨୦୨୪-୨୫ ଶିକ୍ଷାବର୍ଷ ତଥ୍ୟ ଅନୁସାରେ, ୧୫ ପ୍ରତିଶତ ପିଲା ପାଠ ଛାଡ଼ିଛନ୍ତି। ୧୨.୮%ରୁ ବଢି ୧୫% ହେଲା ଡ୍ରପ୍ ଆଉଟ୍‌ ସଂଖ୍ୟା। ୨୦୨୪-୨୫ ଶିକ୍ଷାବର୍ଷରେ ୯ମ ଓ ୧୦ମର ସବୁଠୁ ଅଧିକ ପିଲା ପାଠ ଛାଡିଛନ୍ତି।

ସେହିପରି ନବମ ଓ ଦଶମ ଶ୍ରେଣୀରେ ୧୨.୫ % ଝିଅ, ୧୭.୩ % ପୁଅ ପାଠ ଛାଡ଼ିଛନ୍ତି। ଷଷ୍ଠରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ୩.୨% ପିଲା ଡ୍ରପ୍ ଆଉଟ ହୋଇଛନ୍ତି। ପ୍ରଥମରୁ ପଞ୍ଚମ ଶ୍ରେଣୀ ଭିତରେ ୦.୭% ପିଲା ପାଠ ପଢା ଛାଡିଛନ୍ତି। ଯେଉଁଥିରେ ଝିଅଙ୍କ ତୁଳନାରେ ପୁଅଙ୍କ ସଂଖ୍ୟା ଅଧିକ ରହିଛି ।

୨୦୨୦ରୁ ୨୦୨୪ ପର୍ଯ୍ୟନ୍ତ କ୍ରମାଗତ ଭାବେ ଡ୍ରପଆଉଟ୍ ହାର ହ୍ରାସ ପାଇଥିବା ବେଳେ ୨୦୨୪-୨୫ ଶିକ୍ଷାବର୍ଷରେ ଡ୍ରପ ଆଉଟ୍ ହାର ବଢିଛି । ସେପଟେ ମାଟ୍ରିକ୍ ପରୀକ୍ଷାରେ ୧୨ ହଜାର ପରୀକ୍ଷାର୍ଥୀ ଅନୁପସ୍ଥିତ ନେଇ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ଛାତ୍ରଛାତ୍ରୀଙ୍କ ଅନୁପସ୍ଥିତିର ତର୍ଜମା କରାଯାଛି । ଅନେକ ପିଲା ବ୍ୟକ୍ତିଗତ କାରଣରୁ ପରୀକ୍ଷା ଦେଇନାହାନ୍ତି । ସରକାର ଡ୍ରପଆଉଟ୍ ରୋକିବାକୁ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ।

Leave A Reply

Your email address will not be published.