Latest Odisha News

ରାଷ୍ଟ୍ରପତି ‘ଦ୍ରୌପଦୀ’ଙ୍କ ନାଁ ଶିକ୍ଷକ ଦେଇଥିଲେ, ମୂଳ ନାଁ କ’ଣ ଥିଲା ?

ଭୁବନେଶ୍ୱର: ଦେଶର ପଞ୍ଚଦଶ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ବିଭିନ୍ନ କଥା ସାମ୍ନାକୁ ଆସୁଛି। ମୟୁରଭଞ୍ଜ ଉପରବେଡା ଗାଁରୁ ଯାଇ ଦେଶର ସର୍ବୋଚ୍ଚସ୍ଥାନରେ ବସିଥିବା ଦ୍ରୌପଦୀ ମୁର୍ମୁଙ୍କ ନାମକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ତାଙ୍କ ନାଁ ଘୋଷଣା ହେବା ପୂର୍ବରୁ ସେ ଏକ ଓଡିଆ ଚ୍ୟାନେଲକୁ ସାକ୍ଷାତକାର ଦେଇ କହିଥିଲେ, ତାଙ୍କ ନାଁ ପରିବାର ଲୋକେ ଦ୍ରୌପଦୀ ଦେଇନଥିଲେ। ଏହି ନାଁ ତାଙ୍କର ଶିକ୍ଷକ ଦେଇଥିଲେ।

‘ମହାଭାରତ’ ଚରିତ୍ର ସହ ସମାନ ଏକ ନାମ ‘ଦ୍ରୌପଦୀ’ ବୋଲି ତାଙ୍କ ନାମ କାହିଁକି ରଖାଯାଇଛି ବୋଲି ଯେଉଁ ଚ୍ୟାନେଲକୁ ସାକ୍ଷତକାର ଦେଉଥିଲେ ସଂପୃକ୍ତ ସାମ୍ବାଦିକ ପଚାରିଥିଲେ। ଏହି ପ୍ରଶ୍ନର ଉତ୍ତରରେ ଦ୍ରୌପଦୀ କହିଥିଲେ, ପୂର୍ବରୁ ତାଙ୍କ ନାମ ପୁଟି ରହିଥିଲା। ହେଲେ ଏହି ନାମ ଭଲ ଲାଗୁନି ବୋଲି କହିଥିଲେ ତାଙ୍କ ଶିକ୍ଷକ। ପରେ ନାମ ପରିବର୍ତ୍ତନ କରି ଦ୍ରୌପଦୀ ରଖାଯାଇଥିଲା।

ସେ କହିଛନ୍ତି, 1960 ମସିହା ସମୟରେ ମୟୂରଭଞ୍ଜ ଭଳି ଅଞ୍ଚଳକୁ ବାଲେଶ୍ୱର, କଟକ ଭଳି ଜିଲ୍ଲାରୁ ଶିକ୍ଷକଆ ଆସୁଥିଲେ ପାଠ ପଢାଇବାକୁ। ଏହି ସମୟରେ ତାଙ୍କର ନାମ ପରିବର୍ତ୍ତନ କରିଦେଇଥିଲେ ତାଙ୍କର ସାର ବୋଲି ଦ୍ରୌପଦୀ କହିଥିଲେ। 

ସେ ଆହୁରି ମଧ୍ୟ ଉଲ୍ଲେଖ କହିଥିଲେ ଯେ ତାଙ୍କ ନାଁ ଅନେକ ଥର ବଦଳା ଯାଇଛି- ‘ଦ୍ରୌପଦୀ’ରୁ ‘ଦୋରପଦୀ’। ସେ କହିଥିଲେ ଯେ ସାନ୍ତାଳୀ ସଂସ୍କୃତିରେ କୌଣସି ନାମ ମରିଯାଏ ନାହିଁ। ଅର୍ଥାତ୍ ବ୍ୟକ୍ତିର ମୃତ୍ୟୁ ପରେ ସଂପୃକ୍ତ ବ୍ୟକ୍ତିର ନାମ ତାର ପରପିଢି ନାଁ ସହିତ ସଂଯୋଗ ହୋଇ ରୁହେ।
ସ୍କୁଲ ଓ କଲେଜରେ ପାଠ ପଢିବା ବେଳେ ତାଙ୍କ ନାମ ଦ୍ରୌପଦୀ ଟୁଡୁ ରହିଥିଲା। କିନ୍ତୁ ସେ ବ୍ୟାଙ୍କ ଅଫିସର ଶ୍ୟାମ ଚରଣ ମୁର୍ମୁଙ୍କୁ ବିବାହ କରିବା ପରେ ତାଙ୍କ ନାମ ଦ୍ରୌପଦୀ ମୁର୍ମୁ ରହିଥିଲା ବୋଲି କହିଛନ୍ତି।

Comments are closed.