Latest Odisha News

BREAKING NEWS

ଢେଙ୍କାନାଳରେ ପୋଖରୀରେ ଗାଧୋଉଥିବା ବେଳେ ବୁଡିଗଲେ ୪ଜଣ

ଢେଙ୍କାନାଳ:ସଦର ଥାନା ଗୋବିନ୍ଦପୁରରେ ପୋଖରୀରେ ଗାଧୋଉଥିବା ବେଳେ ୪ ଜଣ ଙ୍କର ମୃତ୍ୟୁ ହୋଇଛଠି । ଏମାନଙ୍କ ମଧ୍ୟରୁ ଦୁଇ ଜଣ ନାବାଳକ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ନାବାଳିକା ବୋଲି ଜଣାପଡିଛି ।

BjdElectrycity

ଆଜି ଦିନ ସାଢେ ୧୧ଟାରେ ସ୍ଥାନୀୟ ବାରବାଙ୍କ ସବର ସାହିର ୪ଜଣ ପିଲା ଗାଧୋଇବା ପାଇଁ ପୋଖରୀରକୁ ଯାଇଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ନାବାଳିକା ଦୁଇ ଜଣ ବୁଡି ଯାଉଥିବା ବେଳେ ନାବାଳକ ଦୁଇ ଜଣ ସେମାନଙ୍କୁ ବଞ୍ଚାଇବା ପାଇଁ ଉଦ୍ୟମ କରିଥିଲେ । କିନ୍ତୁ ଧୀରେ ଧୀରେ ସମସ୍ତେ ବୁଡି ଯାଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କରି ଢେଙ୍କାନାଳ ଡାକ୍ତରଖାନାକୁ ନିଆଯାଇଥିଲେ ସୁଦ୍ଧା ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ମୃତକମାନେ ହେଲେ ତୃପ୍ତିମୟୀ ଦେହୁରୀ , ନେହାଲ ଦେହୁରୀ , ତୃପ୍ତିବାଳା ଦେହୁରୀ ଓ ରାଜେଶ ଦେହୁରୀ । ଏମାନେ ସମସ୍ତେ ସମ୍ପର୍କୀୟ ବୋଲି ଜଣାପଡିଛି ।

ଏକ ସଙ୍ଗରେ ୪ ଜଣ ପିଲାଙ୍କର ଏପରି ଅକାଳ ମୃତ୍ୟୁ ସ୍ଥାନୀୟ ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି ।

Leave A Reply

Your email address will not be published.