Latest Odisha News

BREAKING NEWS

କ୍ୱାରେଂଟିନ ସେଣ୍ଟରରେ ଅବ୍ୟବସ୍ଥା, ରାସ୍ତାକୁ ଓହ୍ଲାଇଲେ ପ୍ରବାସୀ

ଆଠଗଡ: ରାସ୍ତାକୁ ଓହ୍ଲାଇଲେ ପ୍ରବାସୀ । କ୍ୱାରେଂଟିନ ସେଂଟରରେ ଅବ୍ୟବସ୍ଥା ନେଇ ରାସ୍ତା ଅବରୋଧ କରିଛନ୍ତି ପ୍ରବାସୀ । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ନରସିଂହପୁରରେ । ବ୍ଲକର ବିଭିନ୍ନ କ୍ୱାରେଂଟିନ ସେଂଟରରେ ନାନା ସମସ୍ୟା ଥିବା ଅଭିଯୋଗ ହୋଇଛି ।

ବିଶେଷକରି ନରସିଂହପୁର କଲେଜରେ ହୋଇଥିବା କ୍ବାରେଣ୍ଟାଇନ ସେଣ୍ଟରରେ ପିଇବା ପାଣି ଠାରୁ ଆରମ୍ଭ କରି ପରିମଳ ବ୍ୟବସ୍ଥା ପର‌୍ୟ୍ୟନ୍ତ ସବୁଥିରେ ଅବ୍ୟବସ୍ଥାକୁ ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଥିଲା। ମାତ୍ର କେହି ନ ଶୁଣିବାରୁ ଆଜି ପ୍ରବାସୀମାନେ ଗେଟର ତାଲା ଭାଙ୍ଗି କଟକ ନରସିଂହପୁର ମୁଖ୍ୟ ରାସ୍ତା ଅବରୋଧ କରିଥିଲେ।

ଳରେ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା। ଦୀର୍ଘ ଦୁଇ ଘଣ୍ଟା ପରେ ପ୍ରଶାସନର ହସ୍ତକ୍ଷେପ ପରେ ସ୍ଥିତି ସ୍ୱାଭାବିତ ହୋଇଛି । ସମସ୍ତ ସମସ୍ୟାର ତୁରନ୍ତ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛି ପ୍ରଶାସନ । ଫଳରେ ରାସ୍ତା ଅବରୋଧ ହଟିବା ସହିତ ଯାତାୟାତ ସ୍ଵାଭାବିକ ହୋଇଛି ।

Leave A Reply

Your email address will not be published.