Latest Odisha News

BREAKING NEWS

ଭାରତକୁ ନେଇ ଆସୁଥିଲେ ୪୨୫କୋଟିର ହେରୋଇନ: ଧରାପଡ଼ିଲେ ୫ ଜଣ ଇରାନ ନାଗରିକ

ନୂଆଦିଲ୍ଲୀ: ଭାରତୀୟ ତଟରକ୍ଷୀ ବାହିନୀ(ICG) ଏକ ଇରାନୀ ଡଙ୍ଗା ଜବତ କରି ୫ ଜଣ ଇରାନ ନାଗରିକଙ୍କୁ ଗିରଫ କରିଛି । ଇରାନୀ ନାଗିରକମାନେ ଏହି ବୋଟରେ ୬୧ କିଲୋ ଗ୍ରାମ ହେରୋଇନ ଆଣୁଥିଲେ । ଜବତ ହେରୋଇନର ମୂଲ୍ୟ ୪୨୫କୋଟି ହେବ । ଏହି ବିପୁଳ ପରିମାଣର ଡ୍ରଗ୍ସକୁ ଭାରତକୁ ଆଣିବାକୁ ଆଣୁଥିଲେ । ସୋମବାର ଦିନ ଗୁଜୁରାଟର କଛ ଜିଲ୍ଲାର ଓଖା ନିକଟରେ ଏହି ବୋଟକୁ ଅଟକାଇଥିଲେ ତଟରକ୍ଷୀ ବାହିନୀ ।

ପ୍ରତିରକ୍ଷା ବିଭାଗର ଲୋକ ସମ୍ପର୍କ ବିଭାଗରୁ ମିଳିଥିବା ଖବର ଅନୁଯାୟୀ, ବିପୁଳ ପରିମାଣର ମାଦକ ଦ୍ରବ୍ୟ ଆସୁଥିବା ଖବର ପ୍ରଥମେ ଗୋଇନ୍ଦା ସଂସ୍ଥା ହାତରେ ଲାଗିଥିଲା । ଏନେଇ ସେମାନେ ଆଣ୍ଟି ଟେରରିଷ୍ଟ ସ୍କ୍‌:ାଡକୁ ଜଣାଇବା ପରେ ଆରବିଆନ ସି ଉପକୂଳରେ ପାଟ୍ରୋଲିଂ କଡାକଡି କରା ଯାଇଥିଲା । ଭାରତୀୟ ତଟରକ୍ଷୀ ବାହିନୀର କର୍ମଚାରୀମାନେ ମୀରା ବେନ ଓ ଅଭିକ ନାମକ ଦୁଇଟି ଡଙ୍ଗାରେ ସୋମବାର ରାତିରେ ପାଟ୍ରୋଲିଂ କରୁଥିଲା ବେଳେ ଗୁଜରାଟ ଉପକୂଳ ଓଖାଠାରୁ ୩୪୦ କିମି ଦୂରରେ ଏକ ଡଙ୍ଗା ଠାବ କରିଥିଲେ।

ଡଙ୍ଗାକୁ ଅଟକାଇବା ପାଇଁ ତଟରକ୍ଷୀ ବାହିନୀ କହିଥିଲେ । ହେଲେ ଡଙ୍ଗା ଭାରତୀୟ କୋଷ୍ଟାଲ ଗାଡଙ୍କଠାରୁ ବଞ୍ଚିବା ପାଇ ଦ୍ରୁତ ଗତିରେ ପଳାଇ ଯାଉଥିଲା । ଭାରତୀୟ ତଟରକ୍ଷୀ ବାହିନୀ ତାକୁ ପିଛା କରିବାରୁ ସେମାନେ ଆକ୍ରମଣ ଆରମ୍ଭ କରିଥିଲେ । ପରେ ଭାରତୀୟ ତଟରକ୍ଷୀ ବାହିନୀ ସେମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲେ ।

ତଦନ୍ତ ପରେ ଉକ୍ତ ଡଙ୍ଗାରେ ଇରାନର ୫ଜଣ ନାଗରିକ ଥିବା ଜଣାପଡିଥିଲା। ଡଙ୍ଗାରେ ୬୧ କେଜି ହେରୋଇନ ଥିଲା । ହେରୋଇନ ବୋଝେଇ ଡଙ୍ଗା ସହ ସମସ୍ତଙ୍କୁ ଗିରଫ କରାଯାଇଛି। ତଦନ୍ତ ଜାରି ରହିଛି ବୋଲି ମଙ୍ଗଳବାର ତଟରକ୍ଷୀ ବାହିନୀ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.