Latest Odisha News

BREAKING NEWS

ସଜନାଛୁଇଁ ଆଚାର : ଥରେ କଲେ ବର୍ଷସାରା ଖାଉଥିବେ

ଭୁବନେଶ୍ବର: ସବୁବେଳେ ଆମ୍ବ ,ଲେମ୍ବୁ ଆଚାର କେତେ ଖାଇବେ ଆସନ୍ତୁ ଆଜି ଶିଖିବା ସଜନାଛୁଇଁର ଆଚାର ପ୍ରଣାଳୀ । ଏବେ ଶୀତଋତୁରେ ସଜନାଛୁଇଁ ଗଛରେ ଭରି ହେଲାଣି । ତେବେ ଆସନ୍ତୁ ପୋଷକତତ୍ତ୍ବରେ ଭରପୂର ସଜନାଛୁଇଁରୁ ତିଆରି କରିବା ଆଚାର । କେମିକାଲ ଫ୍ରି ଆଚାର ଘରେ କରି ଖାଆନ୍ତୁ ଓ ଖୁଆନ୍ତୁ ।

 

ଦରକାରୀ ଜିନିଷ- ସଜନାଛୁଇଁ ଅଧା କେଜି, ତେନ୍ତୁଳି ୧୦୦ଗ୍ରାମ, ମେଥି ୧ ଚାମଚ, ଜୀରା ୧ ଚାମଚ, ଗୁଡ ୧କପ୍ , ପାନମହୁରୀ ୧ ଚାମଚ, ଲଙ୍କାଗୁଣ୍ଡ ୧ ଚାମଚ, ସୋରିଷ ତେଲ ଅଧା କପ୍ , ଲୁଣ ଦରକାର ମୁତାବକ

ପ୍ରଣାଳୀ- ତେନ୍ତୁଳିକୁ ୧ କପ୍ ପାଣିରେ ଭଲଭାବେ ଚକଟି ରସ ବାହାର କରିଦିଅନ୍ତୁ । ମେଥି, ପାନମହୁରୀ, ଜୀରା ଭାଜି ଦେଇ ଗୁଣ୍ଡ କରି ଦିଅନ୍ତୁ । ସଜନାଛୁଇଁକୁ ୪ ଆଙ୍ଗୁଳ ଲମ୍ବର କାଟନ୍ତୁ , ଲୁଣ ଦେଇ ପାଣିରେ ଫୁଟାନ୍ତୁ । ପାଣି ଫୁଟିଲେ କଟା ସଜନାଛୁଇଁକୁ ୧୦ମିନିଟ୍ ପାଇଁ ପକାଇ ଛାଣିନେବେ । ଏହାପରେ ସିଝା ସଜନାକୁ ୨ଘଣ୍ଟା ଖରାରେ ଶୁଖାନ୍ତୁ । ଏହାପରେ ସଜନାଛୁଇଁ,ତେନ୍ତୁଳି ରସ, ଗୁଡ, ତେଲ, ଲୁଣ ଭଲଭାବେ ମିଶାଇ ୪/୫ଦିନ ଖରାରେ ରଖିଦିଅନ୍ତୁ । ତାପରେ ସବୁ ମସଲା ଗୁଣ୍ଡ ଦେଇ ଜାର୍ ରେ ରଖନ୍ତୁ ।

Comments are closed.