ପାଟଣା: ବିହାରର ସୀତାମାଢ଼ିରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ଜିଲ୍ଲାର ମେହସୌଲ ଅଞ୍ଚଳର ବୋଲି ଜଣାପଡିଛି।
ଜଣେ ଅଟୋ ଡ୍ରାଇଭର ନିଶାସକ୍ତ ଅବସ୍ଥାରେ ଗାଡ଼ିକୁ ସିଧା ରେଳ ଟ୍ରାକ ଉପରେ ଚଢାଇ ଦେଇଥିଲେ। ସେହି ସମୟରେ ଏକ ଦ୍ରୁତଗାମୀ ଟ୍ରେନ୍ ମଧ୍ୟ ନିକଟବର୍ତ୍ତୀ ଟ୍ରାକରୁ ଯାଉଥିଲା। ତେବେ ସମ୍ପୂର୍ଣ୍ଣ ଘଟଣା କ୍ୟାମେରାରେ କଏଦ ହୋଇଥିଲା ବେଳେ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ରିପୋର୍ଟ ଅନୁଯାୟୀ, ଅଟୋ ଡ୍ରାଇଭର ମଦ୍ୟପାନ ଅବସ୍ଥାରେ ରେଳ ଟ୍ରାକରେ ପହଞ୍ଚି ଅଟୋକୁ ଟ୍ରାକ ଉପରେ ଚଢ଼ାଇଦେଇଥିଲା। ଏହି ସମୟରେ ସେଠାରେ ଉପସ୍ଥିତ ସ୍ଥାନୀୟ ଲୋକମାନେ ଚିତ୍କାର କରିବାକୁ ଲାଗିଥିଲେ। ଲୋକମାନେ ମିଶି କୌଣସି ପ୍ରକାରେ ଅଟୋ ଡ୍ରାଇଭରଙ୍କୁ ଅଟକାଇ ଗାଡ଼ିକୁ ଟ୍ରାକରୁ ହଟାଇ ଦେଇଥିଲେ। ଯାହା ଫଳରେ ଏକ ବଡ଼ ଦୁର୍ଘଟଣା ଟଳିଯାଇଥିଲା।
ଅପରପକ୍ଷରେ ରେଳ ପ୍ରଶାସନ ମଧ୍ୟ ଘଟଣାର ତଦନ୍ତ ଆରମ୍ଭ କରିଛି। ଅଧିକାରୀମାନେ କହିଛନ୍ତି ଯେ ଡ୍ରାଇଭରଙ୍କ ବିରୁଦ୍ଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
Comments are closed.