Latest Odisha News

BREAKING NEWS

ମଦ ପିଇ ଗାଡ଼ି ଚଳାଉଥିଲେ ସାବଧାନ ! ଯାଇ ପାରନ୍ତି ଜେଲ୍…

ଭୁବନେଶ୍ୱର: ଅବହେଳା ଓ ଖାମ ଖିଆଲ୍ ମନୋଭାବ ପାଇଁ ଘଟୁଥିବା ଦୁର୍ଘଟଣା ଏଡ଼ାଇବାକୁ ମଦୁଆଙ୍କ ଉପରେ ନଜର ରଖିବ ପରବହନ ବିଭାଗ । ଏନେଇ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ରାଜ୍ୟରେ ମଦ ପିଇ ଗାଡ଼ି ଚାଳନା କରୁଥିବା ଡ୍ରାଇଭରଙ୍କୁ ଧରାଯିବ ।

ଜାରି ନିର୍ଦ୍ଦେଶନାମା ଅନୁସାରେ, ଆଜି ଠାରୁ ରାଜ୍ୟରେ ୩ ଦିନିଆ ଧରପଗଡ଼ ଆରମ୍ଭ ହୋଇଛି । ମଦ ପିଇ ଗାଡ଼ି ଚାଳନା କରୁଥିବା ଚାଳକଙ୍କୁ ପୋଲିସ ସହାୟତାରେ ଧରାଯିବ । ଦିନ ୩ଟାରୁ ମଧ୍ୟରାତ୍ରୀ ଯାଏ ମୁଖ୍ୟ ରାସ୍ତା ସହ ଜାତୀୟ ରାଜପଥରେ ଚେକିଂ ଆରମ୍ଭ ହୋଇଛି ।

ପରିବହନ ବିଭାଗର ଅତିରିକ୍ତ କମିଶନର (ଏନଫୋର୍ସମେଣ୍ଟ) ଲାଲମୋହନ ସେଠୀଙ୍କ ଅନୁସାରେ, ମଦ ପିଇ ଗାଡ଼ି ଚଳାଉଥିଲେ ଆଇନ୍ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏପରିକି ଜେଲ୍ ବି ହୋଇପାରେ । ଏନେଇ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସେ ସୂଚନା ଦେଇଛନ୍ତି ।

ଆରଟିଓ ମାନଙ୍କୁ କୁହାଯାଇଛି ମଦ ପିଇ ଗାଡ଼ି ଚଳାଉଥିବା ଚାଳକଙ୍କୁ ପୋଲିସ ଜିମା ଦେବେ । ସେମାନଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ଗୁରୁତ୍ୱ ଦିଆଯିବ । ଓଡ଼ିଶା ପୋଲିସ ଅନୁସାରେ, ୨୦୨୧ରେ ସଡ଼କ ଦୁର୍ଘଟଣାରେ ୫ ହଜାର ୮୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୨୦ରେ ୪ ହଜାର ୭୩୮ ଜଣ ପ୍ରାଣ ହରାଇଥିଲେ ।

Leave A Reply

Your email address will not be published.