Latest Odisha News

BREAKING NEWS

ଏଏଚଏଫ ଦ୍ୱାରା ସମ୍ବର୍ଦ୍ଧିତ ହେଲା ହକି ଇଣ୍ଡିଆ

ନୂଆଦିଲ୍ଲୀ: ହକି ବିଶ୍ୱକପ ୨୦୨୩କୁ ସଫଳତାର ସହ ଆୟୋଜନ କରିଥିବା ନେଇ ଏସିଆନ ହକି ମହାସଂଘ ହକି ଇଣ୍ଡିଆକୁ ସମ୍ବର୍ଦ୍ଧିତ କରିଛି । ଦକ୍ଷିଣ କୋରିଆର ମୁଙ୍ଗୟେୟୋଙ୍ଗରେ ଆୟୋଜିତ ବୈଠକରେ ଶ୍ରେଷ୍ଠ ଆୟୋଜକ ଭାବେ ହକି ଇଣ୍ଡିଆ ସମ୍ମାନୀତ ହୋଇଛି । ଏଚଆଇର ମହାସଚିବ ଭୋଳନାଥ ସିଂ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ପରୋକ୍ଷରେ ଓଡିଶା ମଧ୍ୟ ଏଥିନେଇ ଗୌରବାନ୍ୱିତ ହୋଇଛି । ୨୦୧୮ ଓ ୨୦୨୩ ବିଶ୍ୱକପ ଓଡିଶାରେ ସଫଳତାର ସହ ଆୟୋଜିତ ହୋଇଛି । ୨୦୧୮ରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ସମସ୍ତ ମ୍ୟାଚ ଖେଳାଯାଇଥିଲା ।

ଏଥର କଳିଙ୍ଗ ଷ୍ଟାଡିୟମ ଏବଂ ନବ ନିର୍ମିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ମିଳିତ ଭାବେ ମ୍ୟାଚ ଖେଳା ଯାଇଥିଲା । ବିର୍ସା ମୁଣ୍ଡାର ଅଲିମ୍ପିକ ଭିଲେଜକୁ ସମସ୍ତେ ପ୍ରଶଂସା କରିଛନ୍ତି । ସେହିପରି ରିଡଲେ କଇଁଛ ନେଇ ସଚେତନତା ବାର୍ତା ଜାରୀ କରିବା ଉଦ୍ଦେଶ୍ୟରେ ମାସ୍କଟ ଓଲି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ଏଏଚଏଫକୁ ଧନ୍ୟବାଦ ଜଣାଇବା ସହ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହାୟତାକୁ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.