Latest Odisha News

ବିବାହ ଉତ୍ସବରେ କନ୍ୟା କଲେ ମଦ୍ୟପାନ: ନିଶା ଟଳମଳ ଅବସ୍ଥାରେ ଟଏଲେଟ୍‌ରେ ବସି ରହିଲେ

ନ୍ୟୁୟର୍କ: ପ୍ରତ୍ୟେକ ପୁଅ ଏବଂ ଝିିଅ ନିଜ ବିବାହ ଦିନକୁ ସ୍ମରଣୀୟ କରିବାକୁ ଚାହାଁନ୍ତି । ଏଥିସହ ବିବାହ ଦିନ ବର ଏବଂ କନ୍ୟା ଶାନ୍ତ ଏବଂ ସଭ୍ୟ ମନୋଭାବ ବଜାୟ ରଖିଥାନ୍ତି । କିନ୍ତୁ ଯଦି ବିବାହ ଦିନ କନ୍ୟା ନିଜେ ମଦ୍ୟପାନ କରନ୍ତି ତେବେ କଣ ହେବ? ଠିକ୍ ସେମିତି ଆମେରିକାରେ ଏକ ବିବାହ ଉତ୍ସବରେ ଜଣେ କନ୍ୟା ମନ୍ୟପାନ କରି ଏମିତି କିଛି କାରନାମା କରିଛନ୍ତି, ଯାହା ଏବେ ଚର୍ଚ୍ଚାକୁ ଆସିିଛି । କନ୍ୟା ଜଣକ ଅତ୍ୟଧିକ ମଦ୍ୟପାନ କରିବା ପରେ ନିଶା ଟଳମଳ ଅବସ୍ଥାରେ ବହୁ ସମୟ ଧରି ଟଏଲେଟ୍‌ରେ ବସି ରହିଥିଲେ ।

BjdElectrycity

ଦକ୍ଷିଣ କାରୋଲିନା ନିବାସୀ ମାକେଞ୍ଜି ଗ୍ରିମସଲି ନାମକ ଜଣେ ୨୪ ବର୍ଷୀୟା ଯୁବତୀ ବ୍ରାଡେନ ନାମକ ଜଣେ ଯୁବକଙ୍କୁ ବିବାହ କରିଥିଲେ । ଅନ୍ୟ ଦମ୍ପତିଙ୍କ ପରି ସେମାନେ ମଧ୍ୟ ନିଜ ବିବାହ ଶାନ୍ତିଶୃଙ୍ଖଳାରେ କରିବା ସହ ସ୍ମରଣୀୟ କରିବାକୁ ଚାହିଁଥିଲେ । ସବୁ କିଛି ଠିକ୍‌ଠାକ୍ ଚାଲିଥିଲା । ବିବାହ ମଧ୍ୟ ଭଲରେ ଭଲରେ ସରିଗଲା । ବିବାହ ସ୍ମରଣୀୟ ହେଲା ସତ କିନ୍ତୁ ପଦ୍ଧତି ଟିକେ ଭୁଲ ହୋଇଗଲା, ଯେଉଁଥି ପାଇଁ ସେ ସୋସିଆଲ ମିଡିଆରେ ଭାଇରାଲ ହୋଇଗଲେ । ବିବାହ ଦିନ କ’ଣ ସବୁ ଘଟିଥିଲା ନିଜେ ମାକେଞ୍ଜି ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ସେ ଲେଖିଛନ୍ତି ଯେ, ସୋସିଆଲ ମିଡ଼ିଆରେ ଆମେ ସ୍ୱାମୀ ଏବଂ ସ୍ତ୍ରୀ ଖୁବ୍ ଲୋକପ୍ରିୟ । ଆମର ଲକ୍ଷାଧିକ ଫଲୋର୍ସ ଅଛନ୍ତି । ଆମ ବିବାହ ଉତ୍ସବ ବହୁତ ଭଲରେ ହୋଇଥିଲା । ଆମେ ଦୁହେଁ ବରକନ୍ୟା ବହୁତ ଖୁସି ମଧ୍ୟ ଥିଲୁ । ଏହାର ଫଟୋ ମଧ୍ୟ ଆମେ ସେୟାର କରିଥିଲୁ । ବିବାହ ସରିବା ପରେ ସାଙ୍ଗମାନଙ୍କ ସହ ମସ୍ତି କରୁ କରୁ ମୁଁ ଅତ୍ୟଧିକ ମଦ୍ୟପାନ କରିଦେଇଥିଲି । ମଦ୍ୟପାନ କରିବା ପରେ ମୋ ଅବସ୍ଥା ଏପରି ହେବ କେବେ ଭାବି ନ ଥିଲି । ଅତ୍ୟଧିକ ମଦ୍ୟପାନ ଯୋଗୁ ମୁଁ ନିଜକୁ ନିୟନ୍ତ୍ରଣ ରଖି ପାରିଲି ନାହିଁ । ମୋର ହରକତ ଦେଖି ବିବାହ ଉତ୍ସବରେ ଉପସ୍ଥିତ ଅତିଥିମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ । ଅତ୍ୟଧିକ ମଦ୍ୟପାନ ଯୋଗୁ ମୁଁ ନିଶାରେ ଟଏଲେଟର ପ୍ୟାନ୍‌ରେ ବହୁ ସମୟ ଧରି ମୁହଁ ପୁରାଇ ରଖିଥିଲି । ଯିଏ ବି ମୋତେ ଡ଼ାକିଲେ ମୁଁ କାହାରି କଥା ଶୁଣି ନ ଥିଲି । ପରେ ମୋର ପ୍ରବଳ ବାନ୍ତି ମଧ୍ୟ ହେଲା ।

Leave A Reply

Your email address will not be published.