Latest Odisha News

BREAKING NEWS

ଥାଇଲାଣ୍ଡ ସନ୍ତରଣ ଚାମ୍ପିୟନଶିପ: ରୌପ୍ୟ ଜିତିଲେ ଓଡିଶାର ପ୍ରତ୍ୟାଶା

ଭୁବନେଶ୍ୱର: ଓଡିଶାର ଉଦୀୟମାନ ସନ୍ତରଣକାରୀ ପ୍ରତ୍ୟାଷା ରାୟ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ପ୍ରଭାବୀ ପ୍ରଦର୍ଶନ ଜାରି ରଖିଛନ୍ତି । ଥାଇଲାଣ୍ଡରେ ଅନୁଷ୍ଠିତ ବୟସ ଗ୍ରୁପ ସନ୍ତରଣ ଚାମ୍ପିୟନଶିପରେ ସେ ରୌପ୍ୟ ପଦକ ହାସଲ କରିଛନ୍ତି । ଶୁକ୍ରବାର ବ୍ୟାଙ୍କକର ଆସ୍ୟୁମଶନ ୟୁନିଭରସିଟିରେ ଅନୁଷ୍ଠିତ ୫୦ ମିଟର ମହିଳା ବ୍ୟାକଷ୍ଟ୍ରୋକ ଇଭେଂଟରେ ସେ ଏହି ସଫଳତା ହାସଲ କରିଛନ୍ତି । ୨୦୧୪ରେ ସବ ଜୁନିୟର ଜାତୀୟ ଚାମ୍ପିୟନଶିପର ୫୦ ମିଟର ବ୍ୟାକଷ୍ଟ୍ରୋକରେ ବ୍ରୋଞ୍ଜ ପଦକ ଜିତିଥିଲେ ।

ବାଙ୍ଗାଲୋରରେ ୨୦୧୬ରେ ଅନୁଷ୍ଠିତ ଜାତୀୟ ଜୁନିୟର ଆକ୍ୱାଟିକ୍ସ ମିଟରେ ସେ ୩ଟି ସ୍ୱର୍ଣ୍ଣ ପଦକ ଜିତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ୨୦ ବର୍ଷୀୟା ପ୍ରତ୍ୟାଶା ଜେଏସଡବ୍ଲ୍ୟୁ ଏଚିପିସିରେ ପ୍ରଶିକ୍ଷଣ ନେଉଛନ୍ତି । ଚମତ୍କାର ପ୍ରଦର୍ଶନ ନେଇ ବିଭିନ୍ନ ମହଲରୁ ପ୍ରତ୍ୟାଶାଙ୍କ ପ୍ରତି ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି ।

Leave A Reply

Your email address will not be published.