ଭଦ୍ରକ:ଥାନା ପରିସରରେ ମଦପିଇ ପୋଲିସ କନେଷ୍ଟବଳଙ୍କ ଉନ୍ମତ୍ତ କାଣ୍ଡ । ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ପୋଲିସ କର୍ମଚାରୀଙ୍କ ଉପରକୁ ହାତ ଉଠାଇଲେ । ଏହାର ଭିଡିଓ ଏବେ ଭାଇରାଲ ହୋଇଛି । ଏମିତି ଦୃଶ୍ୟ ଗତକାଲି ଦେଖିବାକୁ ମିଳିଥିଲା ଭଦ୍ରକ ଥାନା ପରିସରରେ।
ଭିଡିଓରେ ଦେଖିବାକୁ ମିଳିଛି, ଡ୍ୟୁଟି ସମୟରେ ଥାନା ଭିତରେ ମଦନିଶାରେ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଛନ୍ତି । ପୋଲିସ ଉପରକୁ ହାତ ବି ଉଠାଉଛନ୍ତି ସିଭିଲ ଡ୍ରେସରେ ଥିବା ମଦ୍ୟପ କନେଷ୍ଟବଳ । ଏହି ମଦ୍ୟପ କନେଷ୍ଟବଳ ଜଣକ ହେଉଛନ୍ତି ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନାର କାର୍ଯ୍ୟରତ କନେଷ୍ଟବଳ ବିଶ୍ୱରଞ୍ଜନ ଦଳେଇ ।
ଖବର ପାଇ ସାମ୍ବାଦିକ ଥାନାରେ ପଂହଁଚି ଖବର ସଂଗ୍ରହ କରିବାକୁ ଚେଷ୍ଟା କରିବାରୁ ତାଙ୍କୁ ମଧ୍ୟ ଗାଳିଗୁଲଜ କରିବାସହ ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି । ଏ ନେଇ ସମ୍ପୃକ୍ତ ସାମ୍ବାଦିକ ଜଣକ କନେଷ୍ଟବଳଙ୍କ ନାମରେ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ସମୃକ୍ତ କନେଷ୍ଟବଳଙ୍କୁ ଡାକ୍ତରମାଇନା ପାଇଁ ଭଦ୍ରକ ମେଡିକାଲକୁ ଆଣିଛି ସାବରଙ୍ଗ ପୋଲିସ । ଏ ଘଟଣା ଭଦ୍ରକ ସହରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।
Comments are closed.