Latest Odisha News

BREAKING NEWS

ଥାନା ପରିସରରେ ମଦ୍ୟପ ପୋଲିସ କନଷ୍ଟେବଲଙ୍କ ଉନ୍ମତ୍ତ କାଣ୍ଡ

ଭଦ୍ରକ:ଥାନା ପରିସରରେ ମଦପିଇ ପୋଲିସ କନେଷ୍ଟବଳଙ୍କ ଉନ୍ମତ୍ତ କାଣ୍ଡ ।  ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ପୋଲିସ କର୍ମଚାରୀଙ୍କ ଉପରକୁ ହାତ ଉଠାଇଲେ  । ଏହାର ଭିଡିଓ ଏବେ ଭାଇରାଲ ହୋଇଛି । ଏମିତି ଦୃଶ୍ୟ ଗତକାଲି ଦେଖିବାକୁ ମିଳିଥିଲା ଭଦ୍ରକ ଥାନା ପରିସରରେ।

BjdElectrycity

ଭିଡିଓରେ ଦେଖିବାକୁ ମିଳିଛି, ଡ୍ୟୁଟି ସମୟରେ ଥାନା ଭିତରେ ମଦନିଶାରେ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଛନ୍ତି ।  ପୋଲିସ ଉପରକୁ ହାତ ବି ଉଠାଉଛନ୍ତି  ସିଭିଲ ଡ୍ରେସରେ ଥିବା ମଦ୍ୟପ କନେଷ୍ଟବଳ । ଏହି ମଦ୍ୟପ କନେଷ୍ଟବଳ ଜଣକ ହେଉଛନ୍ତି   ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନାର କାର୍ଯ୍ୟରତ କନେଷ୍ଟବଳ ବିଶ୍ୱରଞ୍ଜନ ଦଳେଇ  ।

ଖବର ପାଇ  ସାମ୍ବାଦିକ ଥାନାରେ ପଂହଁଚି ଖବର ସଂଗ୍ରହ କରିବାକୁ ଚେଷ୍ଟା କରିବାରୁ ତାଙ୍କୁ ମଧ୍ୟ ଗାଳିଗୁଲଜ କରିବାସହ ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି । ଏ ନେଇ ସମ୍ପୃକ୍ତ ସାମ୍ବାଦିକ ଜଣକ କନେଷ୍ଟବଳଙ୍କ ନାମରେ ଥାନାରେ ଅଭିଯୋଗ କରିଛନ୍ତି ।  ଅଭିଯୋଗ ପରେ ସମୃକ୍ତ କନେଷ୍ଟବଳଙ୍କୁ ଡାକ୍ତରମାଇନା ପାଇଁ ଭଦ୍ରକ ମେଡିକାଲକୁ ଆଣିଛି ସାବରଙ୍ଗ ପୋଲିସ ।  ଏ ଘଟଣା ଭଦ୍ରକ ସହରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

Leave A Reply

Your email address will not be published.