Latest Odisha News

BREAKING NEWS

ନିଶାସକ୍ତ ଜେଲ୍ ୱାର୍ଡରଙ୍କ ଉନ୍ମୁକ୍ତ କାଣ୍ଡ

ଉଦଳା: ନିଶାସକ୍ତ ଜେଲ୍ ୱାର୍ଡରଙ୍କ ଉନ୍ମୁକ୍ତ କାଣ୍ଡ । । ନିଶା ଗ୍ରସ୍ତ ହୋଇ ସବଇନସପେକ୍ଟରଙ୍କୁ ହାତ ଉଠାଇବା ସହିତ ଦୁର୍ବ୍ୟହାର କରିଥିବା ହୋଇଛି ଅଭିଯୋଗ । ଘଟଣା ଘଟିଛି ମୟୁରଭଞ୍ଜ ଉଦଳା ଥାନା ଅଞ୍ଚଳରେ । ନିଶାରେ ସବ ଇନ୍ସପେକଟରଙ୍କୁ ହାତ ଉଠାଇଲେ ଜେଲ ୱାଡ଼ର ।ମଙ୍ଗଳବାର ସନ୍ଧ୍ୟାରେ ଉଦଳା ପୋଲିସ ପକ୍ଷରୁ ପାଟ୍ରୋଲିଂ ଚାଲିଥିବା ସମୟରେ ୪ ଜଣ ଯୁବକ ବିନା ମାସ୍କରେ ଛିଡା ହୋଇଥିବାର ଦେଖି ପୋଲିସ ତାଙ୍କୁ ତାଗିଦ କରିଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଜଣେ ଯୁବକ ASI ଙ୍କୁ ଖରାପ ବ୍ୟବହାର କରିବା ସହ ଠେଲାପେଲା କରିଥିଲ ।

ତେବେ ପୋଲିସ ଉକ୍ତ ଯୁବକଙ୍କୁ ଥାନାକୁ ଆଣିବା ପାଇଁ ନକେଦାମ ହେବାକୁ ପଡିଥିଲା। PCR ଗାଡ଼ିରେ ଉକ୍ତ ଯୁବକଙ୍କୁ ବସାଇବାରେ ଅକ୍ଷମ ହେବାରୁ ପୋଲିସ ତାକୁ ଚଳାଇ ଚଳାଇ ଆଣିଥିଲା । ଥାନା ପହଂଚିବା ପରେ ମନୋଜ ବାରିପଦା ଜେଲରେ ୱାର୍ଡର ଥିବା କଥା କହିଥିଲା ।ପୋଲିସ ପକ୍ଷରୁ ଏହାକୁ ଯାଞ୍ଚ କରାଯିବାରୁ ସେ ବର୍ତ୍ତମାନ କରଞ୍ଜିଆ ଜେଲରେ କାର୍ଯ୍ୟ କରୁଥିବା କଥା ଜଣା ପଡିଥିଲା। ତେବେ ଜଣେ ଗୁରୁ ଦାୟିତ୍ୱରେ ଥିବା ବ୍ୟକ୍ତି ଏପରି କାର୍ଯ୍ୟକୁ ସମସ୍ତ ମହଲରେ ନିନ୍ଦା କରାଯାଉଛି । ଉକ୍ତ ଘଟଣାକୁ ନେଇ ପୋଲିସ ପକ୍ଷରୁ 194/21 ରେ ଏକ ମାମଲା ରଜୁ କରାଯାଇଛି।

Leave A Reply

Your email address will not be published.