Latest Odisha News

BREAKING NEWS

ତାତିରେ ସିଝିବ ଓଡ଼ିଶା, ୪୦ ଟପିବ ତାପମାତ୍ରା !

ଭୁବନେଶ୍ୱର: ଆଗକୁ ଆହୁରି ବଢିବ ତାତି। ୪୦ ଟପିବ ତାପମାତ୍ରା। ଏଥର ପ୍ରବଳ ତାତି ଅନୁଭୂତ ହେବା ନେଇ ପାଣିପାଗ ବିଭାଗ ଏହି ପୂର୍ବାନୁମାନ କରିଛି। ତେବେ କେବଳ ଦିନ ନୁହେଁ, ରାତିରେ ମଧ୍ୟ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଗତକାଲି ଅର୍ଥାତ୍ ଶୁକ୍ରବାର ୫ ସହରର ତାପମାତ୍ରା ୩୫.୫ ଡିଗ୍ରୀ ସେଲସିୟସ ରହିଥିବାବେଳେ ଓଡ଼ିଶାର ସମସ୍ତ ଜିଲ୍ଲାର ତାପମାତ୍ରା ୩୦ ଡିଗ୍ରୀ ଉପରେ ରହିଛି। ମାଲକାନଗିରିରେ ତାପମାତ୍ରା ୩୭ଡିଗ୍ରୀ ଛୁଇଁଥିବା ବେଳେ ଟିଟିଲାଗଡ଼, ପାଟଣାଗଡ଼, ବୌଦ୍ଧ ଓ ବଲାଙ୍ଗୀରରେ ତାତି ୩୫ଡିଗ୍ରୀ ଉପରେ ରହିଛି । ଆଗକୁ ୩ରୁ ୫ଡିଗ୍ରୀ ତାତି ବଢ଼ିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଆଜି ଟିଟିଲାଗଡ଼ ଓ ମାଲକାନଗିରିରେ ତାପମାତ୍ରା ୩୮ଡିଗ୍ରୀ ଛୁଇଁପାରେ । ୨୪ରେ ଅଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନର ତାପମାତ୍ରା ୩୬ରୁ ୩୭ଡିଗ୍ରୀ ରହିପାରେ । ୨୫ରେ ମାଲକାନଗିରି ଓ ଟିଟିଲାଗଡ଼ର ତାପାମତ୍ରା ୩୯ଡିଗ୍ରୀ ଛୁଇଁପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

Leave A Reply

Your email address will not be published.