Latest Odisha News

କୋହଲିଙ୍କ ସ୍ଥାନରେ ଡୁ ପ୍ଲେସି ହେବେ ବାଙ୍ଗାଲୋରର ଅଧିନାୟକ

ବାଙ୍ଗାଲୋର: ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ସଂସ୍କରଣ ପାଇଁ ବିରାଟ କୋହଲିଙ୍କ ବଦଳରେ ଫାପ ଡୁ ପ୍ଲେସି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ଦାୟିତ୍ୱ ତୁଲାଇବେ । ଶନିବାର ଆରସିବି ପକ୍ଷରୁ ଏହି ଘୋଷଣା କରାଯାଇଛି । ଆଇପିଏଲରେ ବାଙ୍ଗାଲୋରରେ ସେ ସପ୍ତମ ଅଧିନାୟକ ଭାବେ ଏହି ଦାୟିତ୍ୱ ତୁଲାଇବେ । ତାଙ୍କ ପୂର୍ବରୁ ରାହୁଲ ଦ୍ରାବିଡ, କେଭିନ ପିଟରସନ, ଅନୀଲ କୁମ୍ବଲେ, ଡାନିୟଲ ଭିଟ୍ଟୋରୀ, ବିରାଟ କୋହଲି ଓ ଶେନ ୱାଟସନ ଦଳର ନେତୃତ୍ୱ ନେଇ ସାରିଛନ୍ତି ।

ଡୁ ପ୍ଲେସିଙ୍କ ନେତୃତ୍ୱରେ ଖେଳିବା ପାଇଁ ମୁଁ ଉତ୍ସୁକ ଅଛି କୋହଲି କହିଛନ୍ତି । ତାଙ୍କ ନେତୃତ୍ୱରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ମ୍ୟାନେଜମେଂଟ ପକ୍ଷରୁ ଆଶା ବ୍ୟକ୍ତ କରାଯାଇଛି ।

Comments are closed.