ମୁମ୍ବାଇ: ରିଭିଲ୍ ହେଲା ବଲିଉଡ୍ ଅଭିନେତ୍ରୀଦୀପିକା ପାଦୁକୋନ ଏବଂ ରଣଭୀର ସିଂହଙ୍କ ଝିଅର ନାଁ। ଏହାସହ ଦୀପିକା ଏବଂ ରଣଭୀର ସିଂ ଶୁକ୍ରବାର ଦିନ ନିଜ ଝିଅର ପ୍ରଥମ ଝଲକ ସେୟାର କରିଛନ୍ତି। ସେପ୍ଟେମ୍ବରରେ ଦୀପିକା ଏବଂ ରଣଭୀର ସେମାନଙ୍କର ଶିଶୁ କନ୍ୟାକୁ ସ୍ୱାଗତ କରିଥିଲେ। ଏବେ ଫ୍ୟାନ୍ସଙ୍କ ସହ ସେୟାର କରିଛନ୍ତି ଝିଅର ନାଁ।
ଶୁକ୍ରବାର ଦିନ ଦୀପିକା-ରଣବୀର ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ଝିଅର ଝଲକ ଦେଖିବାକୁ ମିଳିଛି। ଏହି ଫଟୋରେ ଝିଅ ଏକ ପାରମ୍ପରିକ ପୋଷାକ ପିନ୍ଧିଥିବା ବେଳେ କେବଳ ପାଦର ଝଲକ ଦେଖିବାକୁ ମିଳିଛି। କ୍ୟାପସନରେ ସେ ନିଜ ଝିଅର ନାଁର ଅର୍ଥ ଏବଂ ଏହାକୁ ବାଛିବା ପଛର କାରଣ ବୁଝାଇଛନ୍ତି।
ତେବେ ଦୀପ-ଭୀର ନିଜ ଝିଅର ନାଁ ରଖିଛନ୍ତି ‘ଦୁଆ ପାଦୁକୋନ ସିଂ’। ‘ଦୁଆ’ର ଅର୍ଥ ହେଉଛି ପ୍ରାର୍ଥନା। କାରଣ ସେ ଆମର ପ୍ରାର୍ଥନାର ଫଳ ବା ଉତ୍ତର। ଆମର ହୃଦୟ ପ୍ରେମ ଏବଂ କୃତଜ୍ଞତାରେ ପରିପୂର୍ଣ୍ଣ। ଦୀପିକା ଏବଂ ରଣଭୀର। ଏଭଳି ପୋଷ୍ଟ ସେୟାର କରିଛନ୍ତି ଦୀପିକା। ସୂଚନା ଥାଉକି ୨୦୧୮ ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଦୀପିକା-ରଣଭୀର ଚଳିତ ବର୍ଷ ସେପ୍ଟେମ୍ବର ୮ ରେ ପ୍ରଥମ ସନ୍ତାନକୁ ସ୍ୱାଗତ କରିଥିଲେ। ଏବେ ପ୍ରଥମ ଥର ପାଇଁ ଝିଅର ଝଲକ ସେୟାର କରିଛନ୍ତି।