Latest Odisha News

BREAKING NEWS

ସୁଶାନ୍ତଙ୍କୁ କାହିଁକି ଭେଟିଥିଲେ ଡ୍ରଗ ମାଫିଆ ପ୍ରଶ୍ନ କଲେ ସୁବ୍ରମଣ୍ୟମ ସ୍ୱାମୀ

ମୁମ୍ବାଇ:ସୁଶାନ୍ତ ସିଂ ରାଜପୁତଙ୍କ ସୁଚିନ୍ତିତ ଯୋଜନା ଅନୁସାରେ ହତ୍ୟା କରାଯାଇଛି ବୋଲି ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ କହିଛନ୍ତି । ସିବିଆଇ ତଦନ୍ତ ଆରମ୍ଭ କରିବାଠାରୁ ଏହା ପଛରେ ଆଉ କିଛି ମୁଣ୍ଡ କାମ କରୁଥିଲା ବୋଲି ସୂଚନା ପାଇ ସାରିଛି । ଯେଉଁ ଦିନ ସୁଶାନ୍ତଙ୍କ ମୃତ୍ୟୁ ଘଟିଲା ସେହି ଦିନ ଡ୍ରଗ୍ସ ମାଫିଆ ଅୟାଶ ଖାଁ ତାଙ୍କୁ କାହିଁକି ଭେଟିଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି ।

ପ୍ରଥମରୁ କହୁଥିଲି ଏବେ ମଧ୍ୟ କହୁଛି ସୁଶାନ୍ତ ମୃତ୍ୟୁ ପଛରେ ଦୁବାଇ ଲିଙ୍କ ରହିଛି । ସୁଶାନ୍ତ ଦୁବାଇରେ ଟଙ୍କା କାରୋବାର ନେଇ ଫସିଥିଲେ ବୋଲି ସ୍ୱାମୀ କହିଛନ୍ତି । ଏହି ଅବସରରେ ସୁନନ୍ଦ ପୁଷ୍କର ଓ ଶ୍ରୀଦେବୀଙ୍କ ମୃତ୍ୟୁ ରହସ୍ୟ ମଧ୍ୟ ସେ ଯୋଡିଛନ୍ତି । ମୁମ୍ବାଇ ପୋଲିସ କାହିଁକି ତରବର ହେଉଥିଲା ଏହାକୁ ଆତ୍ମହତ୍ୟା ଘୋଷଣା କରିବା ପାଇଁ ବୋଲି ସ୍ୱାମୀ କହିଛନ୍ତି ।

Leave A Reply

Your email address will not be published.