Latest Odisha News

BREAKING NEWS

ସର୍ଟସର୍କିଟ ଘଟି ତେଲ କାରଖାନାରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ଅଧୀନ ସାରୁଅ ଶିଳ୍ପାଞ୍ଚଳରେ ଥିବା ଏକ ରିଫାଇନ ତେଲ କାରଖାନାରେ ଭୟାବହ ଅଗ୍ନିକାଣ୍ଡ । ଏଥିରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ । ତେବେ ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଥିବାବେଳେ, ତଦନ୍ତ ପରେ ହିଁ ଜଣାପଡିବ ।

ସୂଚନା ମୁତାବକ, ଆଜି ମଧ୍ୟାହ୍ନ ସମୟରେ କାରଖାନାରେ କର୍ମଚାରୀ ମାନେ କାର୍ଯ୍ୟରତ ଥିବାବେଳେ ଏହି ଅଗ୍ନାକାଣ୍ଡ ଘଟିଥିଲା । ପ୍ରଥମେ କାରଖାନର ଏକ ସ୍ଥାନରୁ ଧୁଆଁ ବାହାରିବା ଆରମ୍ଭ କରିଥିଲା ଏହାପରେ ଆଖି ପିଛୁଳାକେ ଅନେକ ସ୍ଥାନରେ ନିଆଁ ବ୍ୟାପିଯାଇଥିଲା । ଏହାଦେଖି କର୍ମଚାରୀ ମାନେ ଅଗ୍ନିଶମ ବାହିନୀ କୁ ଖବରଦେଇଥିଲେ । ଖବରପାଇ ତୁରନ୍ତ ୩ଟି ଦମକଳ ଗାଡ଼ି ପହଞ୍ଚି ନିଆଁ ଲିଭାଇଥିଲେ ।

ତେବେ ଏହି ଭୟଙ୍କର ଅଗ୍ନିକାଣ୍ଡରେ ବର୍ତ୍ତମାନ ସୁଦ୍ଧା କେହି ମୃତାହତ ହୋଇନଥିବାବେଳେ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଥିବା ଜଣାପଡିଛି ।

Leave A Reply

Your email address will not be published.