Latest Odisha News

BREAKING NEWS

ହରେକୃଷ୍ଣ ମହତାବଙ୍କ ଚର୍ଚ୍ଚିତ ପୁସ୍ତକ ‘ଗାଁ ମଜଲିସ୍’ ଉପରେ ଆଲୋଚନା

ଭୁବନେଶ୍ୱର : ଓଡ଼ିଆ ଭାଷା ପ୍ରତିଷ୍ଠାନ ଏବଂ ମୌଳିକ ବିଜ୍ଞାନ ଓ କଳା ମହାବିଦ୍ୟାଳୟ (ଓୟୁଏଟି)ଙ୍କ ମିଳିତ ଆନୁକୂଲ୍ୟରେ ଓୟୁଏଟି ସମ୍ମିଳନୀ କକ୍ଷରେ ଏଥିରେ ହରେକୃଷ୍ଣ ମହତାବଙ୍କ ବହୁଚର୍ଚ୍ଚିତ ପୁସ୍ତକ ‘ଗାଁ ମଜଲିସ୍’ ଉପରେ ଏକ ‘ପୁସ୍ତକ ଚର୍ଚ୍ଚା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି ଉତ୍ସବରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଦିଲୀପ ରାଉତରାଏ ମୁଖ୍ୟ ଅତିଥି ଏବଂ ସାହିତ୍ୟିକ ଅସିତ ମହାନ୍ତି ଆଲୋଚକ ଭାବରେ ଜୋ ଦେଇଥିଲେ ।

ଭାଷାର ଶାସ୍ତ୍ରୀୟ ମାନ୍ୟତା ସମ୍ପର୍କରେ ତଥା ଓଡ଼ିଆ ଭାଷା ପ୍ରତିଷ୍ଠାନର ଆଭିମୁଖ୍ୟ ବିଷୟରେ ଶ୍ରୀ ରାଉତରାଏ ଆଲୋଚନା କରିଥିବା ବେଳେ ଗାଁ ମଜଲିସ୍’ ପୁସ୍ତକର ପୃଷ୍ଠଭୂମିର ପ୍ରାସଙ୍ଗିକତା ଓ ଲୋକପି୍ରୟ ଅବଦାନ ବିଷୟରେ ଶ୍ରୀ ମହାନ୍ତି ଆଲୋଚନା କରିଥିଲେ ।

ପ୍ରଫେସର ନନ୍ଦିତା ସ୍ୱାଇଁଙ୍କ ସଭାପତିତ୍ୱ ଏବଂ ଓଡ଼ିଆ ଭାଷା ପ୍ରତିଷ୍ଠାନର କାର୍ଯ୍ୟକ୍ରମ ସଂଯୋଜକ ପ୍ରେମାନନ୍ଦ ମହାପାତ୍ର ସଭା ପରିଚାଳନାରେ ଆୟୋଜିତ ଏହି ସଭାରେ ଫଣୀନ୍ଦ୍ର ଭୂଷଣ ନନ୍ଦ ସ୍ୱାଗତ ଭାଷଣ ଦେଇଥିଲେ ଓ ଶୁଭଦା ପ୍ରଣବାକ୍ଷରା ରଥ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ-ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ବହୁସଂଖ୍ୟାରେ ଯୋଗଦାନ କରିଥିଲେ ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ବିଭିନ୍ନ ଯୁଗାନ୍ତକାରୀ ପୁସ୍ତକଗୁଡ଼ିକ ପ୍ରତି ଶ୍ରୋତା ଏବଂ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବା ପାଇଁ ଓଡ଼ିଆ ଭାଷା ପ୍ରତିଷ୍ଠାନ ତରଫରୁ ପୁସ୍ତକ ଚର୍ଚ୍ଚା କାର୍ଯ୍ୟକ୍ରମ ଏକ ଅଭିନବ ପ୍ରୟାସ ।

Leave A Reply

Your email address will not be published.