ନୂଆଦିଲ୍ଲୀ: ମାରାତ୍ମକ ଭୂତାଣୁ କରୋନା ପାଇଁ ଭାରତର ଆମଦାନୀ ଉପରେ ପ୍ରଭାବ ପଡିଛି । ଭାରତ ଚୀନ୍ରୁ ଆମଦାନୀ ହେଉଥିବା ସମସ୍ତ ସାମଗ୍ରୀ ଉପରେ ରୋକ୍ ଲଗାଇଛି । ସେଠାରେ ସ୍ଥିତି ନସୁଧୁରିବା ଯାଏ କୌଣସି ବି ଜିନିଷ ଭାରତକୁ ଆସିବ ନାହିଁ । ତେବେ ଚୀନ୍ରୁ ଯେଉଁ ସବୁ ସାମଗ୍ରୀ ଆମଦାନୀ ହେଉଥିବା ସେହି ସବୁ ସାମଗ୍ରୀକୁ ଅନ୍ୟ ଦେଶରୁ ଆମଦାନୀ କରିବା ପାଇଁ ଭାରତ ବିକଳ୍ପ ଖୋଜୁଛି ।
ଭାରତର ମୋଟ ଆମଦାନୀର ୫୦ ପ୍ରତିଶତରୁ ଅଧିକ ସାମଗ୍ରୀ ଚୀନ୍ରୁ ହିଁ ହୋଇଥାଏ । କପଡା, ସୁଟକେଶ, ଆଣ୍ଟିବାୟୋଟିକ, ଭିଟାମିନ, କୀଟନାଶକ ଭଳି ୧୦୫୦ଟି ଜିନିଷ ଆମଦାନୀ କରିବା ପାଇଁ ଭାରତ ଏବେ ଅନ୍ୟ ଦେଶ ସହ ଯୋଗାଯୋଗ କରୁଛି ।
ଚୀନ୍ରୁ ପ୍ରାୟତଃ ଇଲେକ୍ଟ୍ରୋନିକ୍ସ, ଅଟୋମୋବାଇଲ ଡାଟା ପ୍ରୋସେସିଂ ମେସିନ୍, ମେସିକଣ୍ଡକ୍ଟର ଉପକରଣ, ଅଟୋ ପାଟର୍ସ, ଷ୍ଟିଲ ଏବଂ ଆଲୁମିନିୟମ, ମୋବାଇଲ୍ ଫୋନ୍ ଆଦି ସାମିଲ ଅଛି । କେନ୍ଦ୍ର ସରକାରଙ୍କ ବାଣିଜ୍ୟ ବିଭାଗ ଏବେ ଏନେଇ ଇଣ୍ଡିଆନ୍ ମିଶନକୁ ଚିଠି ଲେଖିଛି । ଏହି ମିଶନ ବିଶ୍ୱରେ ଥିବା ଯୋଗାଣକାରୀଙ୍କୁ ଚିହ୍ନଟ କରି ସରକାରଙ୍କୁ ଅବଗତ କରାଇବାକୁ ବାଣିଜ୍ୟ ବିଭାଗ କହିଛି ।
BREAKING NEWS
- ଦୁର୍ଗାପୂଜା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ଆଇଜି; ୧,୨୪୩ଟି ପୂଜା ମଣ୍ଡପରେ…
- ଲସ୍ ଆଞ୍ଜେଲସରେ ହେବ ‘ରାମାୟଣ’ର ୱାର୍ଲ୍ଡ ପ୍ରିମିୟର
- ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେଙ୍କୁ ମୁମ୍ବାଇର ‘ଶିବତୀର୍ଥ’ ବାସଭବନରେ ଭେଟିଲେ ଅଭିନେତା ଆମିର ଖାଁ
- ରଣଜୀ ଟ୍ରଫି: ଓଡ଼ିଶାର ଭଲ ଆରମ୍ଭ ପରେ ମଜବୁତ ସ୍ଥିତିକୁ ଫେରିଲା କେରଳ, ସଚିନ୍ ବେବିଙ୍କ ଶତକ
- ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କ କାରକୁ ଗୁଳିମାଡ଼
- ଦକ୍ଷିଣ ଆଫ୍ରିକା-ଅଷ୍ଟ୍ରେଲିଆ ୨ୟ ଟେଷ୍ଟ୍ରେ ୧୦୦ ବର୍ଷର ଐତିହାସିକ ରେକର୍ଡ
- ଶୀତଳା ମାତା ମନ୍ଦିର ଦୁର୍ଘଟଣା; ଡ୍ରାଇଭରଙ୍କୁ ଜଣାନଥିଲା ରାସ୍ତା, ଗୁଗୁଲ୍ ମ୍ୟାପ୍ ପାଇଁ…
- ପ୍ରାଚୀନ ମିଶରରେ ବିରାଡ଼ିଙ୍କୁ ମାରିଲେ ମିଳୁଥିଲା ମୃତ୍ୟୁଦଣ୍ଡ — ଜାଣନ୍ତୁ କାହିଁକି ରହିଥିଲା ଏଭଳି କଡ଼ା କାନୁନ୍?
- ବାଲିଯାତ୍ରା ପଡ଼ିଆ ନିକଟରୁ ନାବାଳକ ମୃତଦେହ ଉଦ୍ଧାର, ହତ୍ୟା ଷଡ଼ଯନ୍ତ୍ର…
- ଭାରତ ସିରିଜ୍ରୁ ୨୮୫ କୋଟି ଟଙ୍କା ରୋଜଗାର, କିନ୍ତୁ ୱେଷ୍ଟଇଣ୍ଡିଜ୍ ପାଇବ ଶୂନ

Comments are closed.