ନୂଆଦିଲ୍ଲୀ: ମାରାତ୍ମକ ଭୂତାଣୁ କରୋନା ପାଇଁ ଭାରତର ଆମଦାନୀ ଉପରେ ପ୍ରଭାବ ପଡିଛି । ଭାରତ ଚୀନ୍ରୁ ଆମଦାନୀ ହେଉଥିବା ସମସ୍ତ ସାମଗ୍ରୀ ଉପରେ ରୋକ୍ ଲଗାଇଛି । ସେଠାରେ ସ୍ଥିତି ନସୁଧୁରିବା ଯାଏ କୌଣସି ବି ଜିନିଷ ଭାରତକୁ ଆସିବ ନାହିଁ । ତେବେ ଚୀନ୍ରୁ ଯେଉଁ ସବୁ ସାମଗ୍ରୀ ଆମଦାନୀ ହେଉଥିବା ସେହି ସବୁ ସାମଗ୍ରୀକୁ ଅନ୍ୟ ଦେଶରୁ ଆମଦାନୀ କରିବା ପାଇଁ ଭାରତ ବିକଳ୍ପ ଖୋଜୁଛି ।
ଭାରତର ମୋଟ ଆମଦାନୀର ୫୦ ପ୍ରତିଶତରୁ ଅଧିକ ସାମଗ୍ରୀ ଚୀନ୍ରୁ ହିଁ ହୋଇଥାଏ । କପଡା, ସୁଟକେଶ, ଆଣ୍ଟିବାୟୋଟିକ, ଭିଟାମିନ, କୀଟନାଶକ ଭଳି ୧୦୫୦ଟି ଜିନିଷ ଆମଦାନୀ କରିବା ପାଇଁ ଭାରତ ଏବେ ଅନ୍ୟ ଦେଶ ସହ ଯୋଗାଯୋଗ କରୁଛି ।
ଚୀନ୍ରୁ ପ୍ରାୟତଃ ଇଲେକ୍ଟ୍ରୋନିକ୍ସ, ଅଟୋମୋବାଇଲ ଡାଟା ପ୍ରୋସେସିଂ ମେସିନ୍, ମେସିକଣ୍ଡକ୍ଟର ଉପକରଣ, ଅଟୋ ପାଟର୍ସ, ଷ୍ଟିଲ ଏବଂ ଆଲୁମିନିୟମ, ମୋବାଇଲ୍ ଫୋନ୍ ଆଦି ସାମିଲ ଅଛି । କେନ୍ଦ୍ର ସରକାରଙ୍କ ବାଣିଜ୍ୟ ବିଭାଗ ଏବେ ଏନେଇ ଇଣ୍ଡିଆନ୍ ମିଶନକୁ ଚିଠି ଲେଖିଛି । ଏହି ମିଶନ ବିଶ୍ୱରେ ଥିବା ଯୋଗାଣକାରୀଙ୍କୁ ଚିହ୍ନଟ କରି ସରକାରଙ୍କୁ ଅବଗତ କରାଇବାକୁ ବାଣିଜ୍ୟ ବିଭାଗ କହିଛି ।
BREAKING NEWS
- ଗଣେଶ ଭସାଣି ବେଳେ ଗଣ୍ଡଗୋଳ; ପଥରମାଡରେ ୬ ପୋଲିସ କର୍ମୀ ଆହତ
- UP Temple Case: ମନ୍ଦିର ମାଲିକାନା ପାଇଁ ମର୍ଡର
- ରାଜଧାନୀରେ ଲଜ୍ଜା, ବନ୍ଧୁକ ମୁନରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ
- ଗରମରେ ସିଝିବ ଅକ୍ଟୋବର! ଶକ୍ତିଶାଳୀ ଏଲ୍ ନିନୋ ନେଇ ଚିନ୍ତା…
- ମହାନଦୀ ଜଳ ବିବାଦକୁ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ- ବୈଠକରେ ଯାହା ନିଷ୍ପତ୍ତି ହେବ ମାନିବୁ
- Smit Machchhar: ମରଣ ସହ ଲଢି ବୀରତ୍ବ ଦେଖାଇଲେ ଭାରତୀୟ ପାଇଲଟ୍…ସଲାମ୍ କରୁଛି ବିଶ୍ବ! ସୋସିଆଲ ମିଡିଆରେ ସ୍ମିତଙ୍କୁ ‘ଥାଙ୍କ୍ ୟୁ’ ବର୍ଷା…
- ବିଦାୟ ନେଉଛି ମୌସୁମୀ, ରାଜ୍ୟରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ
- ସୁଧୁରୁଛି ବନ୍ୟା ସ୍ଥିତି; ପୁନରୁଦ୍ଧାର କାର୍ଯ୍ୟ ପାଇଁ ଆଜି ଭଦ୍ରକରେ ୧୩୧ ସ୍କୁଲ ଛୁଟି
- Flydubai Attack: ମଝି ଆକାଶରେ ‘ଦେବଦୂତ’ ସାଜିଲେ ପ୍ଲମ୍ବର, ପାଣି ପାଇପ୍ ସଜାଡୁଥିବା ମଣିଷଟି ୧୭୪ ଜଣଙ୍କ ସଂସାର ଉଜୁଡିବାରୁ ବଞ୍ଚାଇ ଦେଲା!
- ଗଞ୍ଜାମରେ ଝାଡ଼ାବାନ୍ତି ଆତଙ୍କ; ୨ ମୃତ, ବହୁ ଗୁରୁତର

Comments are closed.