ମଶା କାମୁଡ଼ିବା ଦ୍ବାରା ଡେଙ୍ଗୁ, ମେଲେରିଆ ପରି ରୋଗ ହୋଇଥାଏ । ହେଲେ ମଶା କାମୁଡ଼ିବାରୁ ୩୦ ଅପେରସନ ! ବିଶ୍ୱାସ ତ ହୁଏନି । କିନ୍ତୁ କଥାଟା ସତ । ୩୦ ଅପରେଶନ ପରେ ବି ରୋଗୀ ଭଲ ହେଲେନି । ଶେଷରେ ପଡ଼ିଗଲେ କୋମାରେ । ଘଟଣା ଘଟିଛି ଜର୍ମାନୀର ରୋଡରମାର୍କ ଅଞ୍ଚଳରେ ।
ଘଟଣାଟି ଶୁଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ । ଡେଲି ଷ୍ଟାରର ଏକ ରିପୋର୍ଟ ମୁତାବକ, ୨୦୨୧ ଖରା ଦିନରେ ରୋଡରମାର୍କ ନିବାସୀ ଜଣେ ୨୭ ବର୍ଷୀୟ ଯୁବକ ସେବେଷ୍ଟିୟନ ରୋତଶେକଙ୍କୁ ଏକ ମଶା କାମୁଡିଥିଲା । ମଶାଟି ଏସିଆନ ଟାଇଗର ବୋଲି ପରେ ଜଣାପଡ଼ିଥିଲା । ପରେ ପରେ ଯୁବକ କଷ୍ଟ ଅନୁଭବ କଲେ ଓ ସେ ଡାକ୍ତରଙ୍କ ପାଖକୁ ଯାଇଥିଲ । ଧୀରେ ଧୀରେ ତାଙ୍କର ସଂକ୍ରମଣ ବ୍ୟାପିବାରେ ଲାଗିଲା ।
ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ହସ୍ପିଟାଲେର ଭର୍ତ୍ତି ହବାକୁ ପଡ଼ିଥିଲା । ଫ୍ଲୁ ଲକ୍ଷଣ ବି ଦେଖିବାକୁ ମିଳିଥିଲା । ଧୀରେଧୀରେ ସଂକ୍ରମଣ ଏତେ ବେଶୀ ବ୍ୟାପିଥିଲା ଯେ, ବିଷ କାରଣରୁ ତାଙ୍କର ଲିଭର ସହିତ କିଡନୀ, ହାଟର୍, ଫୁସଫୁସ ମଧ୍ୟ କର୍ଯ୍ୟ କରିବା ବନ୍ଦ କରିଦେଲା । ଏହାପେର ତାଙ୍କର ଅପେରସନ କରିବାକୁ ପଡ଼ିଥିଲା ।
ଏେନଇ ଯୁବକ ଜଣଙ୍କ କହିଛନ୍ତି, ହଠାତ୍ ମୋ ଜଂଘେର ଏକ ବଡ଼ ଘାଆ ସୃଷ୍ଟି ହୋଇଥିଲା । ଏସିଆନ ବାଘ ମଶା କାଟିବା କାରଣରୁ ଏପରି ପରିସ୍ଥିତି ଦେଖିବାକୁ ମିଳିଛି ବୋଲି ଡାକ୍ତରମାନେ ଅନୁମାନ କରିଥିଲେ ।
ଏହାପରେ ଜଣେ ବିଶେଷଜ୍ଞଙ୍କୁ ଡକାଯାଇଥିଲା । ପୀଡ଼ିତ ଯୁବକ ରୋତଶକ ବତ୍ତର୍ମାନ ଛୁଟିରେ ରହିଥିବା ବେଳେ ସେ ଏବେ ଠିକ୍ ଥିବା କହିଛନ୍ତି । ତେବେ ଅନ୍ୟମାନଙ୍କୁ ସାବଧାନ ରହିବାକୁ ସେ ଅନୁରୋଧ କରିଛନ୍ତି । ଏସିଆନ ଟାଇଗର ମଶାକୁ ସାଧାରଣ ଭାବେ ଜଙ୍ଗଲୀ ମଶା ଭାବେ ଜଣାଯାଏ ।
Comments are closed.