Latest Odisha News

BREAKING NEWS

ଅଜଣା ଗାଡ଼ି ଧକ୍କାରେ ୩ ସାମ୍ବାଦିକ ମୃତ, ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ବିଦିଶା ଜିଲ୍ଲା ସଲାମତପୁର ଥାନା ଅନ୍ତର୍ଗତ ଲମ୍ବାଖେଡାଠାରେ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି   । ଦୁର୍ଘଟଣାରେ ପ୍ରେସ କ୍ଲବ ସଭାପତିଙ୍କ ସମେତ ତିନିଜଣ ସାମ୍ବାଦିକଙ୍କ ମୃତ୍ୟୁ ଘଟିଛି  ।

ସମ୍ବାଦିକ ମାନେ ଯାଉଥିବା ସମୟରେ ଏକ ଅଜଣାଗାଡ଼ି ଧକ୍କା ଦେଇଥିଲା । ଦୁର୍ଘଟଣା ପ​‌ରେ ଘଟଣାସ୍ଥଳରୁ ଗାଡ଼ିଟି ଫେରାର ହୋଇଯାଇଛି । ତେବେ ପ୍ରେସ କ୍ଲବ ସଭାପତି ରାଜେଶ ଶର୍ମାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଘର ଖରି ଫାଟକରେ ବୋଲି ଜଣା ପଡ଼ିଛି । ସେହିପରି ସିନ୍ଧି କଲୋନୀର ସମ୍ବାଦିକ ସୁନୀଲ ଶର୍ମା ଓ ଆରଏମପି ନାଗରର ବାସିନ୍ଦା ସାମ୍ବାଦିକ ନରେନ୍ଦ୍ର ଦୀକ୍ଷିତଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସାମ୍ବାଦିକ ମାନଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଦୁଃଖ ପ୍ରକାଶ କରିଛନ୍ତି ।

ସେ ଟୁଇଟ୍ କରି ଲେଖିଛନ୍ତି, ଏହି ଦୁର୍ଘଟଣାରେ ବିଦ୍ୟା ପ୍ରେସ କ୍ଲବ୍ ସଭାପତି ରାଜେଶ ଶର୍ମା ଏବଂ ସାଥୀ ସାମ୍ବାଦିକ ସୁନୀଲ ଶର୍ମା ଓ ନରେନ୍ଦ୍ର ଦୀକ୍ଷିତଙ୍କ ମୃତ୍ୟୁ ଖବର ଜାଣି ମୁଁ ଦୁଃଖିତ । ଭଗବାନଙ୍କୁ ପ୍ରାର୍ଥନା କରୁଛି ଏହି ଅମର ଆତ୍ମାଙ୍କୁ ତାଙ୍କ ପାଦରେ ଶରଣ ଦିଅନ୍ତୁ । ଏଥିସହ ଗଭୀର ଦୁଃଖ ସହିବାକୁ ଭଗବାନ ସେମାନଙ୍କ ପରିବାର ସଦସ୍ୟଙ୍କୁ ଶକ୍ତି ଦିଅନ୍ତୁ ।

Leave A Reply

Your email address will not be published.