Latest Odisha News

BREAKING NEWS

ମଶା କାମୁଡିବାରୁ ୩୦ ଅସ୍ତ୍ରୋପଚାର, କୋମାରେ ରୋଗୀ

ମଶା କାମୁଡ଼ିବା ଦ୍ବାରା ଡେଙ୍ଗୁ, ମେଲେରିଆ ପରି ରୋଗ ହୋଇଥାଏ  । ହେଲେ  ମଶା କାମୁଡ଼ିବାରୁ  ୩୦ ଅପେରସନ ! ବିଶ୍ୱାସ ତ ହୁଏନି  । କିନ୍ତୁ କଥାଟା ସତ । ୩୦ ଅପରେଶନ ପରେ ବି ରୋଗୀ ଭଲ ହେଲେନି । ଶେଷରେ ପଡ଼ିଗଲେ  କୋମାରେ । ଘଟଣା ଘଟିଛି ଜର୍ମାନୀର ରୋଡରମାର୍କ ଅଞ୍ଚଳରେ ।

ଘଟଣାଟି ଶୁଣିଲେ ଯେ କେହି ବି  ଆଶ୍ଚର୍ଯ୍ୟ ହୋଇଯିବ ।  ଡେଲି ଷ୍ଟାରର ଏକ ରିପୋର୍ଟ  ମୁତାବକ, ୨୦୨୧  ଖରା ଦିନରେ ରୋଡରମାର୍କ ନିବାସୀ ଜଣେ ୨୭ ବର୍ଷୀୟ  ଯୁବକ ସେବେଷ୍ଟିୟନ  ରୋତଶେକଙ୍କୁ ଏକ ମଶା କାମୁଡିଥିଲା । ମଶାଟି ଏସିଆନ ଟାଇଗର ବୋଲି ପରେ ଜଣାପଡ଼ିଥିଲା  । ପରେ ପରେ  ଯୁବକ କଷ୍ଟ ଅନୁଭବ କଲେ ଓ ସେ  ଡାକ୍ତରଙ୍କ ପାଖକୁ  ଯାଇଥିଲ ।  ଧୀରେ ଧୀରେ ତାଙ୍କର ସଂକ୍ରମଣ ବ୍ୟାପିବାରେ ଲାଗିଲା ।

ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ହସ୍ପିଟାଲେର ଭର୍ତ୍ତି ହବାକୁ ପଡ଼ିଥିଲା  । ଫ୍ଲୁ  ଲକ୍ଷଣ ବି ଦେଖିବାକୁ ମିଳିଥିଲା । ଧୀରେଧୀରେ ସଂକ୍ରମଣ ଏତେ ବେଶୀ ବ୍ୟାପିଥିଲା ଯେ, ବିଷ କାରଣରୁ ତାଙ୍କର ଲିଭର ସହିତ କିଡନୀ, ହାଟର୍, ଫୁସଫୁସ ମଧ୍ୟ  କର୍ଯ୍ୟ କରିବା ବନ୍ଦ କରିଦେଲା । ଏହାପେର ତାଙ୍କର ଅପେରସନ କରିବାକୁ ପଡ଼ିଥିଲା ।

ଏେନଇ ଯୁବକ ଜଣଙ୍କ କହିଛନ୍ତି, ହଠାତ୍ ମୋ ଜଂଘେର ଏକ ବଡ଼ ଘାଆ ସୃଷ୍ଟି ହୋଇଥିଲା । ଏସିଆନ ବାଘ ମଶା କାଟିବା କାରଣରୁ ଏପରି ପରିସ୍ଥିତି ଦେଖିବାକୁ ମିଳିଛି ବୋଲି ଡାକ୍ତରମାନେ  ଅନୁମାନ କରିଥିଲେ ।

ଏହାପରେ   ଜଣେ ବିଶେଷଜ୍ଞଙ୍କୁ ଡକାଯାଇଥିଲା । ପୀଡ଼ିତ ଯୁବକ ରୋତଶକ ବତ୍ତର୍ମାନ ଛୁଟିରେ ରହିଥିବା ବେଳେ  ସେ ଏବେ  ଠିକ୍ ଥିବା କହିଛନ୍ତି । ତେବେ ଅନ୍ୟମାନଙ୍କୁ ସାବଧାନ ରହିବାକୁ ସେ  ଅନୁରୋଧ କରିଛନ୍ତି । ଏସିଆନ ଟାଇଗର ମଶାକୁ ସାଧାରଣ ଭାବେ ଜଙ୍ଗଲୀ ମଶା ଭାବେ  ଜଣାଯାଏ ।

Leave A Reply

Your email address will not be published.