Latest Odisha News

BREAKING NEWS

ଚିକିତ୍ସାଧିନ ଅବସ୍ଥାରେ ନାବାଳିକାର ମୃତ୍ୟୁ ଅଭିଯୋଗ, ଫାର୍ମାସିଷ୍ଟକୁ ମାଡ ମାରିଲେ ଗାଁ ଲୋକ

ମାଲକାନଗିରି : ମାଲକାନଗିରିରେ ଚିକିତ୍ସାଧିନ ଅବସ୍ଥାରେ ନାବାଳିକାର ମୃତ୍ୟୁକୁ ନେଇ ଉତ୍ତେଜନା । ଫାର୍ମାସିଷ୍ଟକୁ ନିସ୍ତୁକ ମାଡ ମାରିଲେ ଗାଁ ଲୋକ । ମାଲକାନଗିରି ସଦର ଡାକ୍ତରଖାନାରେ ଏପରି ଘଟଣା ଘଟିଛି । ମାଲକାନଗିରି ଜିଲ୍ଲା ଏମଭି ୪୪ ଗାଁର ବାସୁଦେବ ବାଲାଙ୍କ ୧୪ ବର୍ଷୀୟା ଝିଅ ଜ୍ୱରରେ ଆକ୍ରାନ୍ତ ଥିଲେ । ସେ ମାଲକାନଗିରି ସଦର ଡାକ୍ତରଖାନାର ଫାର୍ମାସିଷ୍ଟ ସନ୍ଦିପ ବେହେରାଙ୍କ ଘରେ ଚିକିତ୍ସିତ ହେଉଥିଲେ ।

BjdElectrycity

ବୁଧବାର ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ପରିବାଲ ଲୋକ ଡାକ୍ତରଖାନା ନେଇଯାଇଥିଲେ । ହେଲେ ଡାକ୍ତର ତାଙ୍କୁ ଚିକିତ୍ସାଧିନ ଅବସ୍ଥାରେ ମୃତ ଘୋଷଣା କରିଛନ୍ତି ।ଚିକିତ୍ସାରେ ଅବହେଳା ଓ ଭୁଲ ଚିକିତ୍ସା ପାଇଁ ପିଲାଟିର ଜୀବନ ଚାଲିଯାଇଛି ବୋଲି ପରିବାର ଲୋକ ଫାର୍ମାସିଷ୍ଟକୁ ମାଡ ମାରିଥିଲେ । ପରେ ପୋଲିସ ଏହି ଘଟଣା ସମ୍ପର୍କରେ ଜାଣିବା ପରେ ତଦନ୍ତ ଆରମ୍ଭ କରିଛି ।

Comments are closed, but trackbacks and pingbacks are open.