Latest Odisha News

BREAKING NEWS

କଳାହାଣ୍ଡିରେ ସାମାନ୍ୟ ଭୂକମ୍ପ ଝଟକା ଅନୁଭୂତ

କଳାହାଣ୍ଡି : ମୃଦୁ ଭୂକମ୍ପରେ ଥରିଲା କଳାହାଣ୍ଡି । କଳାହାଣ୍ଡିରେ ଗୁରୁବାର ସାମାନ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ସକାଳ ପ୍ରାୟ ୧୧.୩୦ ସମୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ସୂଚନା ମିଳିଛି । ରେକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୫ ଥିବା ଜଣାପଡିଛି । ଭୂକମ୍ପର କେନ୍ଦ୍ର ଅକ୍ଷାଂଶ ୧୯.୬୦ ଥିଲା ଏବଂ ଦ୍ରାଘିମା ୮୨.୭୦ ଥିଲା । ଭୂକମ୍ପର ଝଟକା ସାମାନ୍ୟ ଥିବାରୁ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି।

Comments are closed, but trackbacks and pingbacks are open.