Latest Odisha News

BREAKING NEWS

ରାଜଧାନୀରେ ମାସେ ପାଇଁ ନିର୍ମାଣ କାମ ଉପରେ ରୋକ

ଭୁବନେଶ୍ୱର: ରାଜଧାନୀରେ ନିର୍ମାଣ କାମ ଉପରେ ରୋକ। ମାସେ ପାଇଁ ସମସ୍ତ ନିର୍ମାଣ କାମ ଉପରେ ରୋକ ଲଗାଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) କର୍ତୃପକ୍ଷ। ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଉ ଅଳ୍ପ ଦିନ ପରେ ପୁରୁଷ ହକି ବିଶ୍ୱକପ ମ୍ୟାଚ ଆରମ୍ଭ ହେବ। ଏହାକୁ ଦୃଷ୍ଟିରେ ରଖି ବିଏମସି ଏପରି ନିର୍ଦ୍ଧେଶନାମା ଜାରି କରିଛି।

ବିଏମସି ଜାରି କରିଥିବା ନିର୍ଦ୍ଧେଶନାମାରେ କୁହାଯାଇଛି ମାସେ ପାଇଁ ରାଜଧାନୀରେ ଆବଶ୍ୟକ ନଥିଲେ ରାସ୍ତା ଖୋଳାଖୋଳି କିମ୍ବା ଅନ୍ୟ ନିର୍ମାଣଧୀନ କାମ ହୋଇପାରିବ ନାହିଁ । ଏ ନେଇ ଅନ୍ୟାନ୍ୟ ସରକାରୀ ଓ ଘରୋଇ ସଂସ୍ଥା ସହ ବିଏମସି ଆଲୋଚନା କରିଛି।

ସେହିପରି ବିଭିନ୍ନ ମାର୍କେଟକୁ ସୁସଜ୍ଜିତ କରିବାକୁ ବିଏମସି କହିଛି।ରାସ୍ତାଘାଟରେ ଲାଗିଥିବା ସମସ୍ତ ହୋର୍ଡିଙ୍ଗକୁ ହଟାଇବାକୁ ବିଏମସି କହିଛି। ଏନେଇ ବିଏମସି ଏକ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛି। ଏଥିସହ ରାସ୍ତାର ଉଭୟ ପାର୍ଶ୍ୱରେ ଘରୋଇ ଓ ବ୍ୟବସାୟିକ ପ୍ରତିଷ୍ଠାନକୁ ସଂପୃକ୍ତ କୋଠାକୁ ଆଲୋକ ମାଳାରେ ସଜେଇବାକୁ କହିଛି।

ଉଲ୍ଲେଖଯୋଗ୍ୟ, ଜାନୁଆରି ୧୩ରୁ ୨୯ ଏହି ପୁରୁଷ ହକି ବିଶ୍ୱକପ ଖେଳାଯିବ।ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ ଓ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ବିଶ୍ବକପ୍‌ର ମ୍ୟାଚ୍ ଗୁଡ଼ିକ ଖେଳା ଯିବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଜୋରଦାର ଚାଲିଛି। ଭୁବନେଶ୍ୱର ପରି ସୁନ୍ଦରଗଡ଼ରେ ମଧ୍ୟ ମାସେ ପାଇଁ ସମସ୍ତ କାରଖାନା ବନ୍ଦ କରିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଧେଶ ଦେଇଛି।

 

Leave A Reply

Your email address will not be published.