Latest Odisha News

BREAKING NEWS

ସ୍ୱଦେଶୀ ଅଭିଯାନ ଚୀନକୁ ଚେଙ୍କ ଦେଉଛି: ଦୀପାବଳୀରେ ୪୨ ହଜାର କୋଟି ଟଙ୍କାର କ୍ଷତି ସହିତ ଡ୍ରାଗନ

ନୂଆଦିଲ୍ଲୀ: ଭାରତ ସରକାରଙ୍କ ସ୍ୱଦେଶୀ ଅଭିଯାନ ଚୀନକୁ ଅସୁବିଧାରେ ପକାଉଛି । ଭାରତ ମାର୍କେଟକୁ ଟାର୍ଗେଟ କରି କୋଟି କୋଟି ଟଙ୍କା ବ୍ୟାପାର କରୁଥିବା ଚୀନକୁ ଏବେ ଚେଙ୍କ ଲାଗିଛି । ରିପୋର୍ଟ ମୁତାବକ ଲଦାଖ ଓ ଗଲୱାନ ଘାଟି ବିବାଦ ପରେ ଚୀନ ସାମଗ୍ରୀ ପ୍ରତି ଭାରତୀୟଙ୍କ ଆଗ୍ରହ କମିଯାଇଛି । ରିପୋର୍ଟ ମୁତାବକ ଦୀପାବଳୀରେ ଚୀନକୁ ଏଥର ୪୨ହଜାର କୋଟି ଟଙ୍କାର କ୍ଷତି ହେବ ବୋଲି ଆକଳନ କରାଯାଉଛି । ଭାରତୀୟ ବ୍ୟବସାୟୀମାନେ ସ୍ୱଦେଶ ପ୍ରଡକ୍ଟକୁ ଗୁରୁତ୍ୱ ଦେବା ଆରମ୍ଭ କରିଛନ୍ତି । ପୂର୍ବରୁ ସେମାନେ ଚୀନରୁ ସାମଗ୍ରୀ ଆମଦାନୀ କରୁଥଲେ ।

ଏଥର  ଚୀନ ସାମଗ୍ରୀ ବହିଷ୍କାର ଅଭିଯାନ ମଧ୍ୟ ଜୋର ଧରିଛି । ପୂର୍ବରୁ ଚୀନର ବିଭିନ୍ନ ପ୍ରକାରର ଆତସବାଜି, ଡିଜାଇନ ଲାଇଟ ଏବଂ ଦୀପ ଭାରତରେ ଚାହିଦା ଥିଲେ । ଏଗୁଡିକ ଅପେକ୍ଷାକୃତ ଶସ୍ତା ଥିବାରୁ ସମସ୍ତେ ଏହାକୁ କିଣୁଥିଲେ । ଏବେ ଏହାକୁ ସମସ୍ତେ ଏକସ୍ୱରରେ ବିରୋଧ କରିବାରେ ଲାଗିଛନ୍ତି । ଯାହାର କ୍ଷତି ଡ୍ରାଗନ ସହୁଛି ।

Leave A Reply

Your email address will not be published.