Latest Odisha News

BREAKING NEWS

ଇତିହାସ ରଚିଲେ ଓଡ଼ିଆ ପୁଅ ; ନିଟ୍ ପରୀକ୍ଷାରେ ରଖିଲେ ଶତ ପ୍ରତିଶତ ନମ୍ବର

ଭୁବନେଶ୍ୱର: ଜାତୀୟ ସ୍ତରରେ ଓଡିଶା ପାଇଁ ଗର୍ବ ଆଣିଦେଲେ ଓଡ଼ିଆ ପୁଅ ସୋଏବ ଆଫତାବ। ସର୍ବଭାରତୀୟ ମେଡ଼ିକାଲ୍ ପ୍ରବେଶିକା ପରୀକ୍ଷା ନିଟ୍ ରେ ସମଗ୍ର ଦେଶରେ ପ୍ରଥମ ହୋଇଛନ୍ତି ସୋଏବ।

ପ୍ରାପ୍ତ ସୂଚନାନୁଯାୟୀ, ରାଉରକେଲାର ୧୮ ବର୍ଷୀୟ ଛାତ୍ର ସୋଏବ ଅଫତାବ ସମୁଦାୟ ୭୨୦ ରୁ ୭୨୦ ନମ୍ବର ରଖି ରେକର୍ଡ ସୃଷ୍ଟି କରିଛନ୍ତି ।

ତେବେ ନିଟ୍ ଇତିହାସରେ ପୂର୍ବରୁ କୌଣସି ଛାତ୍ର ଶତ ପ୍ରତିଶତ ନମ୍ବର ରଖି ନଥିବା ବେଳେ ଓଡ଼ିଆ ପୁଅ ସୋଏବ ଏହି କୀର୍ତ୍ତି ଅର୍ଜନ କରିଛନ୍ତି । ଯାହା ଓଡିଶା ପାଇଁ ଅତ୍ୟନ୍ତ ଖୁସି ଓ ଗର୍ବର ବିଷୟ ।

ସୋଏବଙ୍କ ଘର ରାଉରକେଲାରେ ହୋଇଥିବା ବେଳେ ସେ ରାଜସ୍ଥାନ କୋଟାରେ ରହି ପାଠ ପଢୁଥିଲେ । ସୋଏବଙ୍କ ବାପାଙ୍କର ରାଉରକେଲାରେ ଏକ ଛୋଟ ଚା’ ଦୋକାନ ଥିଲା। ଅତ୍ୟନ୍ତ ଅଭାବ ଅନଟନରେ ଦିନ କାଟିଥିବା ସୋଏବ ପିଲାଟି ବେଳୁ ମେଧାବୀ ଛାତ୍ର ଥିଲେ। ସୋଏବଙ୍କ ସଫଳତାରେ ତାଙ୍କ ପରିବାର ବେଶ ଖୁସି ଥିବା ବେଳେ ସମସ୍ତଙ୍କ ସହଯୋଗ ରହିଥିବା ତାଙ୍କ ବାପା ପ୍ରତିକ୍ରିୟା ଦେଇଛନ୍ତି ।

ଅନ୍ୟପଟେ କୋଭିଡ କଟକଣା ପାଇଁ ପ୍ରାୟ ୩ ମାସ ବିଳମ୍ବରେ ସେପ୍ଟେମ୍ବର ମାସରେ ଏହି ପରୀକ୍ଷା ସମ୍ପାଦିତ ହୋଇଥିଲା । ତେବେ ଏହି ପରୀକ୍ଷାରେ ଓଡ଼ିଶାକୁ ପାଇଁ ଗୌରବ ଆଣିଦେଇଥିବା ସୋଏବଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

Leave A Reply

Your email address will not be published.