Latest Odisha News

BREAKING NEWS

ଟି୨୦ ବିଶ୍ୱକପ ୟୁଏଇରେ ହେବ !

ନୂଆଦିଲ୍ଲୀ: ଭାରତରେ ଚଳିତ ବର୍ଷ ଟି୨୦ ବିଶ୍ୱକପ ଆୟୋଜନ ନେଇ ସନ୍ଦେହ ସୃଷ୍ଟି ହୋଇଛି । ବିସିସିଆଇ ସଚିବ ଜୟ ଶାହଙ୍କ ବୟାନ ପରେ ଭାରତ ଆୟୋଜକ ଭାବେ ରହିବ କିନ୍ତୁ ମ୍ୟାଚ ୟୁଏଇରେ ହେବ ବୋଲି ଜଣାପଡିଛି । ସେ ଏକ ସାକ୍ଷାତକାରରେ କହିଛନ୍ତି, ଆମେ କରୋନା ମହାମାରୀ ସ୍ଥିତି ଉପରେ ସମ୍ପୂର୍ଣ୍ଣ ଭାବେ ନଜର ରଖିଛୁ । ଖେଳାଳିଙ୍କ ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ଆମ ସବୁଠାରୁ ଅଧିକ ଜରୁରୀ । ଭାରତରେ ହେବାକୁ ଥିବା ଟି୨୦ ବିଶ୍ୱକପ ୟୁଏଇକୁ ଶିଫ୍ଟ ହୋଇପାରେ ବୋଲି ସେ କହିଛନ୍ତି ।

କରୋନା ମହାମାରୀ ଯୋଗୁ ୨୦୨୦ରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ବିଶ୍ୱକପକୁ ଆଇସିସି ସ୍ଥଗିତ କରି ଦେଇଥିଲା । ପରେ ୨୦୨୧ରେ ଭାରତ ଏବଂ ୨୦୨୨ରେ ଅଷ୍ଟ୍ରେଲିଆରେ ଏହା ଅୟୋଜିତ ହେବ ବୋଲି ସ୍ଥିର ହୋଇଥିଲା ।

Leave A Reply

Your email address will not be published.